Wed. Oct 14th, 2026

ଚାକିରି ଖଣ୍ଡେ ପାଇବା ଯୁବପିଢିଙ୍କ ପାଇଁ ସ୍ବପ୍ନ ପାଲଟି ଗଲାଣି। କେତେବେଳେ ସରକାରୀ ସ୍ତରରେ ଭଲ ପୋଷ୍ଟ ଖାଲି ହେବ ଓ ସେମାନେ ଆବେଦନ କରିପାରିବେ ସମ ନେଇ କଠିନ ପରିଶ୍ରମ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କ ନିଘା ବୋଧ ହୁଏ ନାହିଁ। କାରଣ ସମୟ ଅବଧି ସରିଯାଇଥିଲେ ମଧ୍ୟ ସରକାର ତାଙ୍କ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ୍ତ ହିଁ କରୁନାହାନ୍ତି। ଆମେ କହୁଛୁ କଟକ ଜିଲ୍ଲା ଜରିପଡ଼ା-ତେଲିଜୋରି ଡ୍ରେରେନେଜ କାର୍ଯ୍ୟବ୍ୟବସ୍ଥାରେ ନିଯୁକ୍ତି ଥିବା କର୍ମଚାରୀଙ୍କ କଥା। ବୟସ ଆସି ୮୬ରେ ପହଞ୍ଚିଲାଣି। ହେଲେ ଏ ଯାଏଁ କାର୍ଯ୍ୟ ଭାର ସମ୍ଭାଳି ଆସୁଛନ୍ତି ଲାଲ୍ ଖାନ୍ ନାମକ ଜଣେ କର୍ମଚାରୀ।

ଏ ନେଇ କଥା ସାମ୍ନାକୁ ଆସିଛି,ଯେତେବେଳେ ବସନ୍ତ ଜେନା ନାମକ ଜଣେ ସଚେତନ ନାଗରିକ,ସରକାରୀ କାମକୁ ନେଇ କିଛି ସୂଚନା ସରକାରଙ୍କୁ ମାଗିଥିଲେ । ଗତ ୧ ତାରିଖରେ ଆରଟିଆଇ ଦ୍ବାରା ଜରିପଡ଼ା-ତେଲିଜୋରି ଡ୍ରେନେଜ କାମ ନେଇ ଜାଣିବାକୁ ଚାହିଁଥିଲେ। ସେ ତାଙ୍କ ଆବେଦନରେ ଏହି କାମରେ ନିୟୋଜିତ ଥିବା କର୍ମଚାରୀ, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା, ବୟସ ଓ ଦରମା ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ଆରଟିଆଇ ରିପୋର୍ଟ ସରକାରୀ କଳରେ ଚାଳିଥିବା ଅବ୍ୟବସ୍ଥା ଉପରେ ପ୍ରଶ୍ନ କରିଛି।‌ କେବଳ ଏତିକି ନୁହେଁ, ଏପରି ଖାମଖିଆଲି ନୀତିରେ ଯୁବପିଢିଙ୍କ ଚାକିରି ଆଶା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କାରଣ ସାଧାରଣତଃ ସରକାରୀ ଚାକିରିଆଙ୍କ କାର୍ଯ୳କାଳ ୬୨ ବୟସରେ ଶେଷ ହୋଇଯାଏ। ତେବେ ଲାଲ୍ ଖାନ୍ ଙ୍କର ୮୬ ବର୍ଷ ପର୍ଯ୍ୟନ୍ତ ଚାକିରିରେ ତିଷ୍ଠିବା କେତେ ଦୂର ଯୁକ୍ତିଯୁକ୍ତ, ତାହା ଯୁବସମାଜ ପାଇଁ ଏକ ବିରାଟ ବିତର୍କକୁ ଆହ୍ୱାନ ଦେଉଛି।

Leave a Reply

Your email address will not be published. Required fields are marked *