ଘନଉଛି ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ

ବିଶ୍ବରେ ଯୁଦ୍ଧ ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ତାଲିବାନ-ଆଫଗାନିସ୍ତାନ, ୟୁକ୍ରେନ-ଋଷ ଓ ତାଇୱାନ-ଚୀନ ପରେ ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଲାଣି। ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଯାଇଛି ସଂଘର୍ଷ।

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଜଣେ କମାଣ୍ଡର ନିହତ ହୋଇଛନ୍ତି । ଏହି ସଂଘର୍ଷରେ ଅନେକ ଆହତ ମଧ୍ଯ ହୋଇଛନ୍ତି । ଇସ୍ରାଏଲର ଗୁଳି ବର୍ଷାରେ ଚୁପ ବସିନି ହମାସ। ଜବାବରେ ଇସ୍ରାଏଲ ମଧ୍ୟ ଘନ ଘନ ଆକ୍ରମଣ କରୁଛି । ଗତ ସପ୍ତାହରେ ଜଣେ ପାଲେଷ୍ଟାଇନ ବିଦ୍ରୋହୀକୁ ଇସ୍ରାଏଲ ଗିରଫ କରିବା ଫଳରେ ଅଶାନ୍ତି ବୃଦ୍ଧି ପାଇଥିଲା । ଯାହା ପାଇଁ ଇସ୍ରାଏଲ ପାଲେଷ୍ଟାଇନ ସୀମା ନିକଟରେ ୮୦ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦେଇଛି । ଏହି ଅଞ୍ଚଳରେ ଲୋକମାନଙ୍କୁ ସରକାରଙ୍କ ନିର୍ଦ୍ଦେଶମାନି ଚଳିବାକୁ କୁହାଯାଇଛି । ଅନ୍ଯପକ୍ଷେ, ହମାସକୁ ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ।

You May Also Like

More From Author

+ There are no comments

Add yours