Thu. Oct 15th, 2026

ଦେବାଳିଆ ସ୍ଥିତିରେ ଥିବା ସରକାରୀ ଟେଲିକମ କମ୍ପାନି ବିଏସଏନଏଲର କର୍ମଚାରୀମାନେ ‘ସରକାରୀ କର୍ମଚାରୀ’ ଢାଞ୍ଚା ଛାଡ଼ି ଉତ୍ତମ ପ୍ରଦର୍ଶନ କରନ୍ତୁ, ନଚେତ ଘରକୁ ଯିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଏସଏନଏଲର ୬୨ ହଜାର କର୍ମଚାରୀଙ୍କୁ ସେ କହିଛନ୍ତି ଯେ ତାଙ୍କର ଚେତାବନୀକୁ ନେଇ କୌଣସି ସନ୍ଦେହ ରହିବା ଉଚିତ ନୁହେଁ। “ତୁମମାନଙ୍କୁ ସରକାରଙ୍କ ଆଶା ଅନୁଯାୟୀ ପ୍ରଦର୍ଶନ କରିବାକୁ ହେବ, ନହେଲେ ଯିବାକୁ ପ୍ରସ୍ତୁତ ରୁହ । ଏହା ହିଁ ହେବ ନୂଆ ନିୟମ । ଯେଉଁମାନେ ଆଶାନୁରୂପ କାମ ନକରିବେ ସେମାନେ ଭିଆରଏସ ( ସ୍ବେଚ୍ଛାକୃତ ଅବସର ) ନେବାକୁ ପ୍ରସ୍ତୁତ ରୁହନ୍ତୁ।”

ବିଏସଏନଏଲର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ନିକଟରେ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ମାଧ୍ୟମରେ ବିଏସଏନଏଲକୁ ଏକ ଅତ୍ୟାଧୁନିକ ତଥା ଦକ୍ଷ ଟେଲିକମ କମ୍ପାନିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ପରିପ୍ରେକ୍ଷୀରେ ବିଏସଏନଲ କର୍ମଚାରୀମାନଙ୍କୁ ମଧ୍ୟ ନିଜର ସରକାରୀ କର୍ମଚାରୀ ଢାଞ୍ଚା ଛାଡ଼ି ଘରୋଇ କମ୍ପାନିର କର୍ମଚାରୀମାନଙ୍କ ପରି ପେସାଦାର ହେବାକୁ ମନ୍ତ୍ରୀ ନିଜର ବୟାନ ମାଧ୍ୟମରେ ସୂଚାଇ ଦେଇଛନ୍ତି । ଘରୋଇ ଟେଲିକମ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡା଼ଫୋନ ଆଦି କମ୍ପାନି ମାନଙ୍କ ସହ ତୀବ୍ର ପ୍ରତିଯୋଗିତା କରିବାକୁ ମନ୍ତ୍ରୀ ବିଏସଏନଏଲ କର୍ମଚାରୀଙ୍କୁ କହିଥିବା ଜଣାଯାଇଛି ।


Leave a Reply

Your email address will not be published. Required fields are marked *