ଚର୍ଚ୍ଚାରେ ପ୍ରକୃତିଙ୍କ ‘ଦ୍ରୌପଦୀ’

କିଛି ଦିନ ହେବ ଗଣମାଧ୍ଯମ ତଥା ସାମାଜିକ ଗଣମାଧ୍ଯମ ରେ ଛାଇ ରହିଥିଲା ତୃପ୍ତି-ବାବୁ-ପ୍ରକୃତି ଷ୍ଟାର କଳି। ଏଥିରେ ଓଡ଼ିଆ ସିନେ ଦର୍ଶକଙ୍କ ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ପ୍ରକୃତି ମିଶ୍ର । ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ହେଲେ ଏଥର ତାଙ୍କ ନୂଆ ଫିଲ୍ମ ‘ଦ୍ରୌପଦୀ’କୁ ନେଇ ଚାଲିଛି ଗସିପ୍।

ଖୁବଶୀଘ୍ର ଆସୁଛି ପ୍ରକୃତିଙ୍କ ଫିଲ୍ମ ‘ଦ୍ରୌପଦୀ’ । ହର ପଟ୍ଟନାୟକଙ୍କ ଝିଅ ଅନନ୍ୟା ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ଦ୍ରୌପଦୀ’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରକୃତି ମିଶ୍ର । ବାବୁସାନ୍-ପ୍ରକୃତି ବିବାଦ ମଧ୍ୟରେ ଏହି ପୋଷ୍ଟର ରିଲିଜ ଚର୍ଚ୍ଚାର ଖୋରାକ ଯୋଗାଇଛି । ନିଜ ଜୀବନ ସହିତ ଫିଲ୍ମର କାହାଣୀକୁ ତୁଳନା କରି ପ୍ରକୃତି କହିଛନ୍ତି, ନାରୀ ହିଁ ନାରୀର ଶତ୍ରୁ । ପରକିୟାପ୍ରୀତି ପ୍ରସଙ୍ଗରେ ଉତ୍ତର ରଖି ପ୍ରକୃତି କହିଛନ୍ତି, ପରକୀୟାପ୍ରୀତି ହେଉଛି ଜଣଙ୍କର ବ୍ୟକ୍ତିଗତ ପସନ୍ଦ । ବିବାଦ ଉପରେ ଉତ୍ତର ରଖି, ତାଙ୍କୁ ଭିଲିଆନ ସାଜାଇ ଦିଆଗଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରକୃତି । ଆଇନ ପ୍ରମାଣିତ କରିବା ଆଗରୁ କାହାକୁ ଦୋଷୀ ସଜାଇବା ଠିକ୍ ନୁହେଁ । ଓଡ଼ିଆ ଫିଲ୍ମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ପରିବାର ଓଡ଼ିଶାରେ ରୁହନ୍ତି ଓ ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସେ ଆଗକୁ ଓଡ଼ିଆ ଫିଲ୍ମ କରିବେ।

You May Also Like

More From Author

+ There are no comments

Add yours