Thu. Oct 15th, 2026

ଆଜିର ଆଧୁନିକ ଜୀବନରେ ଛୋଟରୁ ଅତି ବଡ଼ କାମ ପାଇଁ ବି ଆମେ ଦରକାର କରିଥାଉ ହ୍ୱାଟ୍ସଆପ୍। ଅଫିସ୍ ହେଉ ବା ଘର, ଏହା ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦୁଇ ବିଲିୟନରୁ ଅଧିକ ଉପଭୋକ୍ତା ଏହି ମେସେଜିଂ ଆପକୁ ବ୍ୟବହାର କରୁଛନ୍ତି । ଆଜିର ସମୟରେ ପ୍ରାୟ ସମସ୍ତେ ଏହି ଆପ୍ ବ୍ୟବହାର କରନ୍ତି । ଆପଣ ଏହା ଉପରେ ବାର୍ତ୍ତା ପଠାଇବା ସହିତ ଅଡିଓ ଏବଂ ଭିଡିଓ ଚାଟ୍ ମଧ୍ୟ କରିପାରିବେ ।

ଏବେ ସାଇବର ଅପରାଧର ଘଟଣାକୁ ନେଇ କମ୍ପାନୀ ଅତିରିକ୍ତ ସତର୍କ ହୋଇଛି । ସେଥିପାଇଁ ହ୍ୱାଟ୍ସଆପରେ କିଛି ବିଷୟବସ୍ତୁ ଅଛି, ଯାହା ସମ୍ପୂର୍ଣ୍ଣ ନିଷେଧ ବୋଲି କୁହାଯାଇଛି । ଯଦି ଆପଣ ଏହି ପ୍ରକାରର ବିଷୟବସ୍ତୁ ପଠାଇବାକୁ ଚେଷ୍ଟା କରନ୍ତି, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ତେବେ କ’ଣ ରହିଛି ସେସବୁ ଆସନ୍ତୁ ଜାଣିବା।

କପିରାଇଟ୍ ଥିବା ବିଷୟବସ୍ତୁ
କୌଣସି କପିରାଇଟ୍ ବିଷୟବସ୍ତୁକୁ ଏକ ଗୋଷ୍ଠୀ କିମ୍ବା ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଯଦି କାହାକୁ ଏ ବିଷୟରେ ଜଣାପଡେ ଓ ସେ ଏହାକୁ ନେଇ ଅଭିଯୋଗ କରନ୍ତି, ତେବେ ଆପଣଙ୍କୁ ଆଇନଗତ ପରିଣାମ ଭୋଗିବାକୁ ପଡିପାରେ । ସେଥିପାଇଁ ସାବଧାନ ରୁହନ୍ତୁ ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ ।

ବୟସ୍କ ବିଷୟବସ୍ତୁ
କିଛି ଲୋକ ହ୍ୱାଟ୍ସଆପ୍ ଗୋଷ୍ଠୀରେ ଯୋଗ ଦିଅନ୍ତି ଏବଂ ଅନ୍ୟ ଉପଭୋକ୍ତା କିମ୍ବା ଗୋଷ୍ଠୀକୁ ଆଡଲ୍ଟ ବିଷୟବସ୍ତୁ ପଠାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଯଦି ଗୋଷ୍ଠୀର କେହି ଏହା ବିଷୟରେ ଅଭିଯୋଗ କରନ୍ତି, ତେବେ ଆପଣଙ୍କୁ ଆଇନଗତ ପରିଣାମର ସାମ୍ନା କରିବାକୁ ପଡିପାରେ । ଗୋଷ୍ଠୀକୁ ଏହିପରି ବିଷୟବସ୍ତୁ ପଠାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଆତଙ୍କବାଦୀ କାର୍ଯ୍ୟକଳାପ
କୌଣସି ହ୍ୱାଟ୍ସଆପ ଗ୍ରୁପରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ଯେକୌଣସି ପାଠ୍ୟ କିମ୍ବା ଭିଡିଓ ପଠାଇବା ଅପରାଧ। ଜାତୀୟ ସୁରକ୍ଷା ପାଇଁ ସରକାର ଏହିପରି ବିଷୟବସ୍ତୁ ଉପରେ ନଜର ରଖିଥିବାରୁ ଏହିପରି ବିଷୟବସ୍ତୁ ଅଂଶୀଦାର କରୁଥିବା ବ୍ୟକ୍ତିଙ୍କୁ ଜେଲ ହୋଇପାରେ

ଏମଏମଏସ
ଯଦି ଆପଣ କୌଣସି ବ୍ୟକ୍ତିର ଏମଏମଏସ କରନ୍ତି ଏବଂ ହ୍ୱାଟ୍ସଆପରେ ତାଙ୍କୁ ଲଗାତାର ଭାବରେ ହଇରାଣ କରନ୍ତି କିମ୍ବା ବ୍ଲାକମେଲ୍ କରନ୍ତି, ତେବେ ଆପଣଙ୍କୁ ଜେଲ୍ ହୋଇପାରେ । କାରଣ ଏପରି କରିବା ଅପରାଧ ।

Leave a Reply

Your email address will not be published. Required fields are marked *