Thu. Oct 15th, 2026

ଆଜିର ଅଟୋମୋବାଇଲ୍ସ ଯୁଗରେ ଗୋଟିଏ ପରେ ଗୋଟିଏ ଭଳିକି ଭଳି ଗାଡ଼ି ବଜାରକୁ ଆସିଲାଣି। ଗାଡ଼ି ମାର୍କେଟରେ ଇଞ୍ଜିନିୟର୍ସମାନଙ୍କ ମଧ୍ୟରେ ନୂଆ ଏବଂ ଗ୍ରାହକମାନଙ୍କର ମନମୁତାବକ ଗାଡ଼ି ଯୋଗାଇଦେବା ପାଇଁ ଲାଗିଛି ପ୍ରତିଯୋଗିତା। ପୂର୍ବରୁ ତଥା ଏ ଯାଏଁ ମଧ୍ୟ ଲୋକମାନେ ମାରୁତି ସୁଜୁକିର ମଡେଲ ଗୁଡ଼ିକୁ ପସନ୍ଦ କରିଆସୁଛନ୍ତି। ବର୍ତ୍ତମାନ କଥା କହିବାକୁ ଗଲେ ମାର୍କେଟରେ ମାରୁତି ସୁଜୁକିର ଅଲଟୋ ମଡେଲର ମାଇଲେଜକୁ ନେଇ ଚର୍ଚ୍ଚା ଚାଲିଛି। ମାରୁତି ସୁଜୁକି ଅଲଟୋ ଯେତିକି କମ୍ଫର୍ଟ କ୍ରୟ କରିବା ମାମଲାରେ, ସେତିକି କମ୍ଫର୍ଟ ଚଲାଇବା ମାମଲାରେ। ଯଦି ଦେଶର ସବୁଠାରୁ ଅଧିକ ମାଇଲେଜ୍‌ ଦେଉଥିବା କାର ବିଷୟରେ ଯଦି କୁହନ୍ତି, ତାହେଲେ ପ୍ରଥମ ନାମ ଆସିବ ମାରୁତି ଅଲଟୋର। କିନ୍ତୁ ଯେତେବେଳେ ଆରାମ ଆଉ ଶସ୍ତା କାର ବିିଷୟରେ ଆମେ କଥା ହେବା ତାହେଲେ ଆପଣଙ୍କୁ ଫିଚର୍ସ ମାମଲାରେ କମ୍ପ୍ରମାଇଜ୍‌ କରିବାକୁ ପଡିଥାଏ।

ଅଲଟୋ ସହିତ ବି ଏମିତି ହୋଇଥାଏ। ଅଲଟୋରେ ବେସିକ ଫିଚର୍ସ ବ୍ୟତୀତ ବହୁତ ଅଧିକ କିଛି ଆଶା କରାଯାଇପାରିବନାହିଁ। କିନ୍ତୁ ଥରେ ଭାବନ୍ତୁ ଯଦି ଅଲଟୋରେ ସନରୁଫ ସୁବିଧା ଥିବ ତାହେଲେ କେମିତି ଲାଗିବ। ୟୁଟ୍ୟୁବରେ ବହୁତ ଏମିତି ଭିଡିଓ ଅଛି, ଯେଉଁଥିରେ ମାରୁତି ସୁଜୁକି ଅଲଟୋରେ ସନରୁଫ୍‌ ଲାଗିଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି କାରରେ ଆଫ୍ଟରମାର୍କେଟ ସନରୁଫ୍‌ ଇନଷ୍ଟଲ କରାଯାଇଥାଏ। ୟୁଟ୍ୟୁବରେ ଯେଉଁ ବି ଭିଡିଓରେ ଅଲଟୋ କାରରେ ସନରୁଫ୍‌ ଲାଗିଥିବା ଦେଖିବାକୁ ମିଳୁଛି, ସେସବୁ ହେଉଛି ଆଫ୍ଟରମାର୍କେଟ ଇନଷ୍ଟଲ କରାଯାଇଥିବା ସନରୁଫ କାର। କାହିଁକିନା ମାରୁତି ସୁଜୁକି ନିଜର ଅଲଟୋରେ ସନରୁଫ୍‌ ଦେଇନଥାଏ। ମାରୁତି ଭାରତରେ ପ୍ରଥମ ଥର ପାଇଁ ନିଜର ବ୍ରିଜା ଫେସଲିଫ୍ଟ ସନରୁଫ କାରକୁ ନିକଟରେ ଲଞ୍ଚ୍‌ କରିଛି। ଏହାପରେ କମ୍ପାନୀ ନିଜର ଗ୍ରାଣ୍ଡ ଭିଟାରାରେ ମଧ୍ୟ ସନରୁଫ୍‌ ଦେଇଛି। ଏହାପୂର୍ବରୁ କମ୍ପାନୀର କୌଣସି ବି କାରରେ ଭାରତରେ ସନରୁଫ୍‌ ଆସୁନଥିଲା।

ତେବେ ଲୋକମାନେ ଆଫ୍ଟରମାର୍କେଟ ସନରୁଫ୍‌ ତ ଲଗାଉଛନ୍ତି କିନ୍ତୁ ଏମିତି କରିବା ଠିକ ନୁହେଁ, କାହିଁକିନା ଏହା ଆପଣଙ୍କ କାର ଉପରେ କ୍ଷତି ପକାଇପାରେ। ଆଫ୍ଟରମାର୍କେଟ ସନରୁଫ୍‌ ଇନଷ୍ଟଲ କରିବା ଦ୍ୱାରା ସେଫ୍ଟି କମ୍‌ ହୋଇଯାଇଥାଏ। କାରଣ ଆଫ୍ଟରମାର୍କେଟ ସନରୁଫ୍‌ କରିବା ପାଇଁ କାରର ରୁଫକୁ କାଟି ଲଗାଯାଏ। ଏହାବ୍ୟତୀତ ଆଫ୍ଟରମାର୍କେଟ ସନରୁଫ ଅନେକ ଥର ଭଲଭାବେ ଅପରେଟ ହୋଇପାରିନଥାଏ। ଏହାସହିତ ଏଥିରେ ପାଣି ଲିକେଜ୍‌ ହେବାର ସମ୍ଭାବନା ରହିଥାଏ। ଏମିତି ହେଲେ ଆପଣଙ୍କୁ ସମସ୍ୟାକୁ ସାମ୍ନା କରିବାକୁ ମଧ୍ୟ ପଡିପାରେ।

Leave a Reply

Your email address will not be published. Required fields are marked *