Thu. Oct 15th, 2026

ନିଲାମୀ ଶେଷ ହୋଇଛି ଫାଇଭ-ଜି(5G) ସ୍ପେକ୍ଟ୍ରମ। ତେବେ ଏଥିରେ ଆଗରେ ରହିଛି ରିଲାଏନ୍ସ ଜିଓ। ଏବେ ରିଲାଏନ୍ସ ଜିଓ ସାରା ଦେଶରେ 5G ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଯଦିଓ 5G ପ୍ଲାନ୍‌ ଓ ଟ୍ରାଏଲ୍‌ ନେଇ ରିଲାଏନ୍ସ ଜିଓ ପକ୍ଷରୁ ବିଶେଷ କିଛି ତଥ୍ୟ ପ୍ରଦାନ କରାଯାଇ ନାହିଁ, କିନ୍ତୁ ଅନ୍ୟ ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ ଓ ଏୟାରଟେଲକୁ ନେଇ ତଥ୍ୟ ସାମ୍ନାକୁ ଆସିଛି।

ଖୁବ୍‌ଶୀଘ୍ର ଅର୍ଥାତ୍‌ ଅଗଷ୍ଟ ୧୫ରେ ସାରାଦେଶରେ ରିଲାଏନ୍ସ ଜିଓ ଏହାର 5G ସେବା ଲଞ୍ଚ୍‌ କରିପାରେ। ଏନେଇ ରିଲାଏନ୍ସ ଜିଓର ଚେୟାରମ୍ୟାନ୍‌ ଆକାଶ ଅମ୍ବାନୀ ଇଶାରା ଦେଇଛନ୍ତି। ସେ କହିଛନ୍ତି ଯେ, ସାରାଦେଶରେ 5G ଲଞ୍ଚ୍‌ କରି ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା। ଏଥିସହ ଜିଓ ୟୁଜର୍ସଙ୍କୁ ୱାର୍ଲଡ୍‌ କ୍ଲାସ୍‌ 5G ସେବା ପ୍ରଦାନ କରାଯିବ। ରିଲାଏନ୍ସ ଜିଓ ସ୍ପେକ୍ଟ୍ରମ ନିଲାମୀରେ ୮୮,୦୭୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା। ଜିଓ ଏକମାତ୍ର ଟେଲିକମ୍‌ କମ୍ପାନୀ ଯାହା ପାଖରେ ୭୦୦ ମେଗାହର୍ଜ ଏୟାରୱେଭ୍ ରହିଛି। ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ ଜିଓ କିଣିଛି। ୭୦୦ ମେଗାହର୍ଜ ସ୍ପେକ୍ଟ୍ରମରେ ୬ରୁ ୧୦ କିଲୋମିଟର ଯାଏ ସିଗ୍ନାଲ୍‌ ମିଳିପାରିବ। ଟେଲିକମ୍ ଟାଇକୁନ୍ ସୁନୀଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ୍ ୧୯ ହଜାର ୮୬୭ ମେଗାହର୍ଜ ଏୟାରୱେଭ୍ ୪୩ ହଜାର ୮୪ କୋଟିରେ ନିଲାମୀ ଡାକିଛି। ସେହିପରି ଅଦାନୀ ଗ୍ରୁପ୍ ୨୧୨ କୋଟିରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମକୁ କିଣିଛି। ୨୬ ଜିଗାହର୍ଜ ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ କିଣିଛି ଅଦାନୀ ଗ୍ରୁପ୍। ସେହିପରି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ୧୮ ହଜାର ୭୮୪ କୋଟିରେ ସ୍ପେକ୍ଟ୍ରମ କିଣିଛି। ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ହୋଇଛି।

Leave a Reply

Your email address will not be published. Required fields are marked *