Wed. Oct 14th, 2026

ଜୁସ୍‌ ପିଇବାକୁ ସମସ୍ତେ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତ ଅନୁଯାୟୀ  ଜୁସ୍‌ ସବୁବେଳେ ସ୍ୱାସ୍ଥକର ହୋଇଥାଏ। ତ୍ୱଚାକୁରେ ସୁନ୍ଦରତା ଏବଂ ସ୍ଲିମ ରହିବା ପାଇଁ କିଛି ଯୁବତୀ ବା ମହିଳା ବିଭିନ୍ନ ଜୁସ୍ ପିଇଥାନ୍ତି। ଏପରିକି ଡାଏଟ୍‌ରେ ଫଳ ଜୁସ୍‌ ସାମିଲ୍‌ କରିଥାନ୍ତି । ଆପଣ ଚାହିଁଲେ ଫଳ ଜୁସ୍‌ ସହ ପରିବା ଜୁସ୍‌ ମଧ୍ୟ ସାମିଲ୍‌ କରିପାରିବେ । କିନ୍ତୁ ବଜାରରେ ଉପଲବ୍ଧ ଜୁସ୍‌ ଅପେକ୍ଷା ଘରେ ତିଆରି ଜୁସ୍‌ ବେଶୀ ଲାଭଦାୟକ ।

ବଜାରରେ ଉପଲବ୍ଧ ଜୁସ୍‌ରେ ଆର୍ଟିଫିସିଆଲ୍‌ ସୁଗାର ସହ ପ୍ରିଜରଭେଟିଭ୍‌ ରହିଥାଏ । ତେଣୁ ଏହା ଶରୀର ପାଇଁ କ୍ଷତିକାରକ । ଯଦି ଡାଏଟ୍‌ରେ ଠିକ୍‌ ଭାବେ ଓ ଉପଯୁକ୍ତ ଜୁସ୍‌ ସାମିଲ୍‌ କରନ୍ତି, ତେବେ ଆପଣ ସୁସ୍ଥ ଓ ସ୍ଲିମ୍‌ ରହିବା ସୁନିଶ୍ଚିତ। ପରିବା ଜୁସ୍ ଶରୂରରେ ଇମ୍ୟୁନିଟି ବଢାଏ, ଜଳାଭାବ ହେବାକୁ ଦିଏନି, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ, ପୁରୁଣା ରୋଗକୁ ଦୂରାଏ, ତ୍ୱଚାକୁ ସୁସ୍ଥ ରଖେ ଏବଂ ଗ୍ୟାସ୍‌ ସମସ୍ୟାକୁ ଦୂର କରେ।

Leave a Reply

Your email address will not be published. Required fields are marked *