ନଜର ପକାନ୍ତୁ: ନିଲାମ ହେଲା ଆଇପିଏଲର ମିଡିଆ ରାଇଟ୍ସ

ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ୫ ବର୍ଷ ପାଇଁ ମିଡିଆ ରାଇଟ୍ସ ନିଲାମ ହୋଇଛି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଏହି ନିଲାମୀରେ ବିସିସିଆଇକୁ ମିଳିଛି ୪୮,୩୯୦.୫୨ କୋଟି ଟଙ୍କା । ଡିଜନୀ ଷ୍ଟାର ଭାରତୀୟ ମହାଦ୍ୱୀପର ଟିଭି ରାଇଟ୍ସ ବାବାଦକୁ ୨୩,୫୭୫ କୋଟି ଟଙ୍କା ଦେବ । ଭାୟକମ ୧୮ ଡିଜିଟାଲ ରାଇଟ୍ସ ୨୦,୫୦୦ କୋଟି ଟଙ୍କାରେ ଏବଂ ବଛା ବଛି ୯୮ ମ୍ୟାଚର ଏକସକ୍ଲୁଜିଭ ରାଇଟ୍ସ ୩୨୫୮ରେ ନେଇଛି । ଭାରତୀୟ ମହାଦ୍ୱୀପ ବାହାର ଟିଭି ଓ ଡିଜିଟାଲ ରାଇଟ୍ସ ଭାୟକମ ୧୮ ଓ ଟାଇମ୍ସ ଇଂଟରନେଟ କ୍ରୟ କରିଛି । ଏଥିପାଇଁ ସେମାନେ ୧୦୫୭ କୋଟି ଟଙ୍କା ନିଲାମ ଡାକିଥିଲେ ।

ଷ୍ଟାର ଟିଭି ପ୍ରସାରଣ ପାଇଁ ଗୋଟିଏ ମ୍ୟାଚ ବାବଦକୁ ୫୭.୫ କୋଟି ଟଙ୍କା ଦେବ । ସେହିପରି ଭାୟକମ ୧୮ ଡିଜିଟାଲ ପ୍ଲାଟଫର୍ମ ପାଇଁ ପ୍ରତି ମ୍ୟାଚ ପିଛା ୫୦ କୋଟି ଟଙ୍କା ଦେବ ଓ ନନ ଏକସକ୍ଲୁଜିଭ ମ୍ୟାଚ ପିଛା ୩୩.୨୪ କୋଟି ଟଙ୍କା ଦେବ । ଗତ ଥର ଷ୍ଟାର ଟିଭି ଓ ଡିଜିଟାଲ ରାଇଟ୍ସ ୧୬,୩୪୮ କୋଟି ଟଙ୍କାରେ କ୍ରୟ କରିଥିଲା । ଏଥର ଏହି ରାଶି ୩ଗୁଣ ବୃଦ୍ଧି ପାଇଛି ।

You May Also Like

More From Author

+ There are no comments

Add yours