ବର୍ଣ୍ଣବୋଧ ପାଠଶାଳାରେ ରଜପର୍ବ

ନିଳାଦ୍ରୀବିହାର ସ୍ଥିତ ହରେକୃଷ୍ଣ ବସ୍ତିର ସରକାରୀ ଉଚ୍ଚ ବିଦ୍ଯାଳୟରେ ବର୍ଣ୍ଣୋବୋଧ ପାଠଶାଳାର ୧୨୦ ଜଣ କୁନି କୁନି ପିଲାଙ୍କୁ ନେଇ ରଜପର୍ବ ପାଳିତ ହୋଇଯାଇଛି। ଏହି ପର୍ବକୁ ”ଯଶୋଦା ମାଆ ଫାଉଣ୍ଡେସନ” ର କର୍ମକର୍ତ୍ତା ଶ୍ରୀମତୀ ନିବେଦିତା ଲେଙ୍କା ଓ ଯୁବ ସମାଜସେବୀ ହିରଣ୍ଯମୟୀ ସାହୁ ଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ଯ ସୁଚାର ରୂପେ ପରିଚାଳିତ ହୋଇଥିଲା। ଉକ୍ତ ପର୍ବକୁ ବିଶିଷ୍ଟ ଜ୍ଯୋତିର୍ବିତ୍ ତଥା ସମାଜସେବୀ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । କୁନିକୁନି ପିଲାଙ୍କୁ ନେଇ ପୁଚି,ଦଉଡି ଡିଆଁ, ନାଚ ଓ ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗି ମାନଙ୍କୁ “ଯଶୋଦା ମାଆ ଫାଉଣ୍ଡେସନ” ତରଫରୁ ପୁରସ୍କୃତ କରାଯାଇଥିଲା। ଉକ୍ତ ପର୍ବରେ ପଶୁପ୍ରେମୀ ପ୍ରଦୀପ ଦାଶ, ବର୍ଣ୍ଣୋବୋଧ ପାଠଶାଳାର ସମସ୍ତ ଗୁରୁମା ମାନେ ସହଯୋଗ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ମୁଖ୍ୟ ଅତିଥି ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଯଶୋଦା ମାଆ ଫାଉଣ୍ଡେସନ ର କର୍ମକର୍ତ୍ତା ଶ୍ରୀମତୀ ନିବେଦିତା ଲେଙ୍କା ଓ ହିରଣ୍ଯମୟୀ ସାହୁଙ୍କ ଉଦ୍ଯମକୁ ଭୂରି ଭୂରି ପ୍ରଶଂସା କରିଥିଲ । ଶେଷରେ ଶ୍ରୀମତୀ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସଙ୍ଗେସଙ୍ଗେ କୁନିକୁନି ପିଲାମାନଙ୍କ ଓଠରେ ଟିକିଏ ହସଫୁଟାଇବା ପାଇଁ ଏକ ଛୋଟ ପ୍ରୟାସ ଟିଏ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଏକାଠି ବସି ଭୋଜି ଖାଇବାର ମଜା ନେଇଥିଲେ ।

You May Also Like

More From Author

+ There are no comments

Add yours