ଏଟିଏମ୍ ରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫୦୦ ଟଙ୍କା

ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ମିଳୁଛି ୨୫୦୦ ଟଙ୍କା । ଏ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ । ନାଗପୁର ଜିଲ୍ଲାର ଆକ୍ସିସ୍ ବ୍ୟାଙ୍କର ଏକ ଏଟିଏମରୁ ଆକାଉଣ୍ଟରୁ କଟିଥିବା ଟଙ୍କାର ୫ ଗୁଣ ଟଙ୍କା ବାହାରୁଛି । ଏଭଳି ଖବର ବ୍ୟାପିବା ପରେ ଏଟିଏମ୍ ଆଗରେ ଲାଗିଛି ଅସମ୍ଭାଳ ଭିଡ଼ ।

ଜଣେ ବ୍ୟକ୍ତି ଉକ୍ତ ଏଟିଏମକୁ ୫ ଶହ ଟଙ୍କା ଉଠାଇବାକୁ ଯାଇଥିଲେ । କିନ୍ତୁ ଏଟିଏମରୁ ୫୦୦ ପରିବର୍ତ୍ତେ ମିଳିଥିଲା ୫ଗୋଟି ୫ ଶହ ଟଙ୍କିଆ ନୋଟ୍ । ୨୫୦୦ ଟଙ୍କା ପାଇ ଖୁସି ହୋଇ ଯାଇଥିଲେ ବ୍ୟକ୍ତି ଜଣଙ୍କ । ପୁଣି ଥରେ ବ୍ୟକ୍ତିଜଣଙ୍କ ୫ ଶହ ଟଙ୍କା ଉଠାଇବାରୁ ପୁଣି ୨୫୦୦ ଟଙ୍କା ଏଟିଏମରୁ ବାହାରିଥିଲା । ଏଭଳି ଖବର ବିଦ୍ୟୁତ୍ ବେଗରେ ଚାରିଆଡ଼େ ବ୍ୟାପି ଯାଇଥିଲା । ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଏଟିଏମକୁ ବନ୍ଦ କରିବା ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଯାଞ୍ଚରୁ ଜଣାପଡ଼ିଛି, ଏଟିଏମରେ କର୍ମଚାରୀ ଟଙ୍କା ରଖିବା ବେଳେ ଭୁଲ୍ କରି ଦେଇଥିଲେ । ଶହେ ଟଙ୍କିଆ ଟ୍ରେରେ ଭୁଲରେ ୫ ଶହ ଟଙ୍କିଆ ନୋଟ୍ ରଖି ଦେଇଥିଲେ । ଫଳରେ ୫ ଶହ ଟଙ୍କା ଉଠାଣ ବେଳେ ୫ଗୋଟି ୫ ଶହ ଟଙ୍କିଆ ବାହାରୁଥିଲା ବୋଲି କହିଛନ୍ତି ବ୍ୟାଙ୍କ ଅଧିକାରୀ

You May Also Like

More From Author

+ There are no comments

Add yours