Thu. Oct 15th, 2026

ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ଚିନ୍ମୟ ମହାରଣା। ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ କିଲିମିଞ୍ଜାରୋ ପର୍ବତରେ ଚଢି ତ୍ରିରଙ୍ଗା ପତାକାକୁ ଉଡେଇଛନ୍ତି। ସବୁଠୁ ବଡ଼ କଥା ହେଲା ନିଜ ହାତ ତିଆରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିିତ୍ରକୁ ଆଫ୍ରିକା ଦେଶରେ ସ୍ଥାନିତ କରିଛନ୍ତି । 

ପ୍ରାୟ ୧୪,୩୮୧ ଫୁଟ ପାହାଡ ଅତିକ୍ରମ କଲା ପରେ ସେ ପାହାଡର ମୁଣ୍ଡିରେ ପହଞ୍ଚିଥିଲେ । ଦକ୍ଷିଣ ଆଫ୍ରିକାରେ ସଫଳତା ହାସଲ କରି ଦେଶର ନାଁ ରଖିଛନ୍ତି ପୁରୀ ଜିଲ୍ଲା ରଘୁରାଜପୁର ଅଞ୍ଚଳର ଏହି ଯୁବକ। ଜୁନ ୩ ତାରିଖରେ ନିଜ ଯାତ୍ରା ଆରମ୍ଭ କରିଥିଲେ । ରାଜ୳ ସରକାର ଓ ଜିଲ୍ଲା ପ୍ରଶାସନ ର ମିଳିତ ସହାୟତା ରେ ସେ ଆଜି କୃତକାର୍ଯ୳ ହୋଇପାରିଛନ୍ତି ବୋଲି ଚିନ୍ମୟ କୁହନ୍ତି।

ପୂର୍ବରୁ ଚିନ୍ମୟ ଏପରି ବହୁ ସଫଳତାକୁ ନିଜ ନାଁ ରେ ଯୋଡି଼ଛନ୍ତି। ହିମାଳୟର ୟୁମାନ ପର୍ବତ (୬୧୧୧ ମିଟର/୨୦୦୪୯ ଫୁଟ୍), ଉତ୍ତରକାଶୀର ରୁଦୁଗୈର ପର୍ବତ (୧୯୦୦୦ ଫୁଟ), ସିକ୍କିମ ହିମାଳୟର ପଲୁଙ୍ଗ ପର୍ବତ-୨ (୧୮୦୦୦ ଫୁଟ), ଲଦାଖ ମାଉଟେଣ୍ଟ ଷ୍ଟକ କାଙ୍ଗରି (୬୧୫୩ ମିଟର/୨୦୧୮୭ ଫୁଟ), ମନାଲିର ରାଣୀସୁଇ ପର୍ବତ (୧୩୧୨୩ ଫୁଟ) ପରି ବହୁ ପର୍ବତରେ ନିଜ ପାଦଚିହ୍ନ ଥାପି ସାରିଛନ୍ତି ଚିନ୍ମୟ ମହାରଣା।

Leave a Reply

Your email address will not be published. Required fields are marked *