ପୁଷ୍ପ ନିର୍ଜଳୀ କରଣ ପଦ୍ଧତିରେ ସୂକ୍ଷ୍ମକାର୍ଯ୍ୟ ତିଆରି ତାଲିମ୍

କୋରାପୁଟ:କୋରାପୁଟ ବ୍ଲକ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ପୁଷ୍ପ ନୀର୍ଜଳୀ କରଣ ଦ୍ୱାରା ସୁକ୍ଷ୍ମକାର୍ଯ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୂଖ୍ୟ ବୈଜ୍ଞାନିକ ଡ ଶ୍ରୀକୃଷ୍ଣ ତିୱlରି ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ଏହି ତାଲିମ୍ କାର୍ଯ୍ୟକ୍ରମ ଫଳପ୍ରଦ ହୋଇପାରିବ ବୋଲି କହିଥିଲେ l ଏଥି ସହ ଗ୍ରାମୀଣ ମହିଳା ମାନଙ୍କର ଆର୍ଥିକ ଉନ୍ନତି ଦିଗରେ ଏହା ନିଶ୍ଚିତ ଭାବରେ ସହାୟକ ହୋଇପାରିବ ବୋଲି କହିଥିଲେ l


ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌର ମୂଖ୍ୟ ବୈଜ୍ଞାନିକ ଡଃ ଶ୍ରୀକୃଷ୍ଣ ତେୱାରି କମ୍ ପରିଶ୍ରମରେ ଏହି କାରୁକାର୍ଯ୍ୟ ତିଆରି ହୋଇ ପାରିବ ବୋଲି କହିଥିଲେ l ଅନ୍ୟତମ ଅତିଥି ଭାବରେ ବୈଜ୍ଞାନିକ ଡ ଶ୍ୱେତ l ସିଂହ ପରି ଚାଳନା କହିଥିଲେ l ଏ ଓଡ଼ିଶା ଜୀବିକା ମିଶନ ର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ସ୍ନେହଲତା ମିଶ୍ର ଉପସ୍ଥିତ ରହି ମହିଳା ମାନଙ୍କୁ ଆୟ ବୃଦ୍ଧି ପାଇଁ ଅନେକ ସୁଯୋଗ ଆଣିପାରିବ ବୋଲି କହି ଥିଲେ l ୩୫ ଜଣ ମହିଳା ମାନେ ଏହି କାର୍ଯ୍ୟକ୍ରମରେ ତାଲିମ୍ ଗ୍ରହଣ କରିଥିଲେ

You May Also Like

More From Author

+ There are no comments

Add yours