Thu. Oct 15th, 2026

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାକୁ ଉଚିତ୍ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଭୁଲ ତଥ୍ୟ ଉପରେ ଆମେରିକାର ବୈଦେଶିକ ବିଭାଗ ୨୦୨୧ ରିପୋର୍ଟକୁ ଲକ୍ଷ୍ୟ କରିଛୁ। ପାରସ୍ପରିକ ସଂପର୍କରେ ଭୋଟ୍ ବ୍ୟାଙ୍କ ରାଜନୀତି କରାଯିବା ଦୁର୍ଭାଗ୍ୟଜନକ ।

ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ବୈଦେଶିକ ବିଭାଗ ଦିନକ ପୂର୍ବରୁ ପ୍ରକାଶ କରିଥିବା ରିପୋର୍ଟରେ ଭାରତୀୟ ବୈଦେଶିକ ବିଭାଗ ଭାରତ ବିଷୟରେ ଦେଇଥିବା କିଛି ମନ୍ତବ୍ୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଭାରତ ଏହା ମଧ୍ୟ କହିଛି ଯେ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଏଭଳି ରିପୋର୍ଟ ଜାରି କରାଯାଇଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେରିକାର ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ନ ରଖି ଭାରତ ମଧ୍ୟ ତାଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛି। କେବଳ ଏତିକି ନୁହେଁ, ଆମେରିକାରେ ଜାତିଗତ ହିଂସା ଏବଂ ବନ୍ଧୁକ କଲଚର୍ ପ୍ରସଙ୍ଗ ମଧ୍ୟ ପରୋକ୍ଷରେ ଭାରତ ଉଠାଇଛି। ଅତୀତରେ ମଧ୍ୟ ଆମେରିକାର ବୈଦେଶିକ ବିଭାଗ ଦ୍ବାରା ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ରିପୋର୍ଟ ଜାରି କରାଯାଇଛି, ଯେଉଁଥିରେ ଭାରତର ପରିସ୍ଥିତିକୁ ନେଇ ଅନେକ ଥର ଚିନ୍ତା ପ୍ରକଟ କରାଯାଇଛି।

ଆମେରିକାର ବୈଦେଶିକ ବିଭାଗର ଏହି ରିପୋର୍ଟରେ ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଆନ୍ତର୍ଜାତୀୟ ସମ୍ପର୍କରେ ଭୋଟ୍ ବ୍ୟାଙ୍କ ରାଜନୀତି ବ୍ୟବହାର କରିବା ଦୁର୍ଭାଗ୍ୟଜନକ। ଆମେ ଅନୁରୋଧ କରୁଛୁ ଯେ ପକ୍ଷପାତିତ ଏବଂ ଏକପାଖିଆ ଦୃଶ୍ୟ ଏହି ରିପୋର୍ଟରେ ଅନ୍ତର୍ଭୂକ୍ତ କରାଯାଉ ନାହିଁ । ସମସ୍ତ ଧର୍ମର ଲୋକମାନେ ଭାରତରେ ରୁହନ୍ତି । ଯେଉଁମାନେ ସମ୍ପୂର୍ଣ୍ଣ ଧାର୍ମିକ ସ୍ୱାଧୀନତା ଏବଂ ସେମାନଙ୍କର ମାନବିକ ଅଧିକାର ସହିତ ସୁରକ୍ଷିତ ଅଟନ୍ତି । ଆମେରିକା ସହିତ ଆମର ବାର୍ତ୍ତାଳାପରେ, ଆମେ ସର୍ବଦା ଜାତିଗତ ହିଂସା, ନିର୍ଦ୍ଦିଷ୍ଟ ଧର୍ମ ଉପରେ ଆକ୍ରମଣ କିମ୍ବା ବନ୍ଧୁକ ସଂସ୍କୃତି ପ୍ରସଙ୍ଗ ଉଠାଇଛୁ।

Leave a Reply

Your email address will not be published. Required fields are marked *