Wed. Oct 14th, 2026

ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି।

ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା। ଏବେ ASI ଟିମ୍‌ର ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ ପାଣି ଓ ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ଯୋଗୁଁ ବାଇସି ପାହାଚରେ ଫାଟ ସହ କ୍ଷତି ହୋଇଛି। ଏଥିରେ ପ୍ଲାଷ୍ଟରିଂ କରାଯିବ ସହ ଆବଶ୍ୟକ ପଡ଼ିଲେ ପଥର ପରିବର୍ତ୍ତନ ହେବ। ତେବେ ଏଏସ୍ଆଇ ଟିମ୍ ଅନୁଧ୍ୟାନ କରି ଛତିଶା ନିଯୋଗ ବୈଠକ ହେବା ପରେ ନିଷ୍ପତ୍ତି ହେବ।

ଅନ୍ୟପଟେ ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଆଛାଦିତ କରାଯିବ ବୋଲି ନିଷ୍ପତ୍ତ ହୋଇଛି। ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସୁଛି ସ୍ୱତନ୍ତ୍ର ବୈଠକ।

Leave a Reply

Your email address will not be published. Required fields are marked *