Wed. Oct 14th, 2026

ଝାରସୁଗୁଡ଼ା: ବେଦାନ୍ତ କଂପାନି ମୁଖ୍ୟ ଫାଟକ ଆଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଆସ୍‌ପଣ୍ଡ ବା ପାଉଁସ ପୋଖରୀ ଦ୍ୱାରା କଟିକେଲା ଗାଁର କ୍ଷତିଗ୍ରସ୍ତ ପରିବାର ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଉଚିତ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ଗ୍ରାମବାସୀଙ୍କୁ ବିସ୍ଥାପନ କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *