Wed. Oct 14th, 2026

ଭୁବନେଶ୍ୱର: ଯଶୋଦା ମାଆ ଫାଉଣ୍ଡେସନ୍ ତରଫରୁ ଏକ ଭାଗବତ ଚର୍ଚ୍ଚା ଓ ଯୋଗ ପ୍ରଶିକ୍ଷଣ ଶିବିର ନିରାଡମ୍ବର ଭାବରେ ଉଦଘାଟିତ ହୋଈଯାଇଅଛି । ଉକ୍ତ ଉତ୍ସବରେ ଭଗବତ ଭକ୍ତ ପୁରୀ ମୁକ୍ତି ମଣ୍ଡପ ର ବରିଷ୍ଠ ସଦସ୍ୟ, ଜ୍ଯୋତିର୍ବିଦ୍,ବାସ୍ତୁଶାସ୍ତ୍ରବିତ୍ ତଥା ଆଧ୍ୟାତ୍ମିକ ଶାସ୍ତ୍ର ବିଶାରଦ ଶ୍ରୀଯୁକ୍ତ ନିରଞ୍ଜନ ରାଜଗୁରୁ, ବିଶିଷ୍ଟ ସମାଜସେବୀ ସୁରକ୍ଷା ଫାଉଣ୍ଡେସନ୍ ର ସଭାପତି,SAIL ବଡବିଲ୍ ଲେଡିଜ୍ କ୍ଲବ୍ ର ପ୍ରେସିଡେଣ୍ଟ୍ ଶ୍ରୀମତୀ ବନ୍ଦନା ପଣ୍ଡା, ଯୋଗଗୁରୁ କ଼ୁମାରୀ ସୀମା ସାହୁ ଓ ଭଜନ ଗାୟକ ତଥା ଉପସ୍ଥାପକ ଶ୍ରୀ ଧୀରେନ୍ ବାରିକ ଯୋଗଦେଇ ଭଗବତ ଚର୍ଚ୍ଚା ଶିବିରକୁ ଆଗେଇ ନେଇଥିଲେ। ଶ୍ରୀମଦ୍ ଭାଗବତ ଙ୍କ ପାଖରେ ସମସ୍ତେ ସମାନ କୌଣସି ଉଚ୍ଚ ନୀଚ ଭେଦ ଭାବର ସ୍ଥାନ ନାହିଁ ଏହି ଚିନ୍ତାଧାରା କୁ ସମସ୍ତେ ସରଳ ସୁନ୍ଦର ଭାବରେ ଭକ୍ତବୃନ୍ଦ ଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଭାଗବତ ଚର୍ଚ୍ଚା ବିଲୁପ୍ତ ହେବାପାଇଁ ବସିଥିବା ବେଳେ ଯଶୋଦା ମାଆ ଫାଉଣ୍ଡେସନ୍ ର ଏ ପ୍ରୟାସ ନିଶ୍ଚିତ ଭାବରେ ସମସ୍ତଙ୍କୁ ହୃଦବୋଧ ହେବ ଏଥିରେ ସନ୍ଦେହ ନାହିଁ। ଭାଗବତ ମହାପ୍ରଭୁଙ୍କ କୃପା ହେଲେ ଏ କାର୍ଯ୍ୟକ୍ରମ ଆହୁରି ପ୍ରସାର କରିପାରିବ। ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ଲେଙ୍କା ଯଶୋଦା ମାଆ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ତଥା ସମଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା, ପଶୁ ପ୍ରେମୀ ପ୍ରଦୀପ ଦାସ, ସମାଜସେବୀ ମିରାଜ ମହାରଣା,ରଜ୍ଜୁବାଳା ଲେଙ୍କା ଓ ସ୍ବର୍ଣ୍ଣ ମଞ୍ଜରୀ ବେହେରା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରାଯାଇଥିଲା।ସମାଜକୁ ଦିଗଦର୍ଶନ ଦେଲା ଭଳି ଏଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି ଜାରି ରହିବ ।

Leave a Reply

Your email address will not be published. Required fields are marked *