କୋହଳ ହେଲା ପ୍ରଚାର କଟକଣା,300ଜଣରେ ନିର୍ବାଚନ ସଭା

ଭୁବନେଶ୍ୱର: ପ୍ରଚାର ପାଇଁ ନୂଆ ନିୟମ
• ପ୍ରଚାର ପାଇଁ କଟକଣା କୋହଳ
• ୨୦ ଜଣରେ ଡୋର ଡୁ ଡୋର କ୍ୟମ୍ପେନିଂ
• ୩୦୦ଜଣକୁ ନେଇ ନିର୍ବାଚନୀ ସଭା ଅନୁମତି
• ବାଇକ ରାଲି,ପଦଯାତ୍ରାକୁ ଅନୁମତି ନାହିଁ
ରାଜ୍ୟରେ କୋହଳ ହେଲା ପ୍ରଚାର କଟକଣା । ଏଣିକି ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ପୂର୍ବରୁ କୋରୋନା କଟକଣା ସଂକ୍ରମଣ ପାଇଁ ୫ ଜଣଙ୍କୁ ଅନୁମତି ରହିଥିଲା । ତେବେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ରାଜନୈତିକ ସଭା ପାଇଁ ୩୦୦ ଲୋକଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଏଡ଼ାଇବା ପାଇଁ ପୂର୍ବରୁ 5 ଜଣଙ୍କୁ କୋଭିଡ କଟକଣା ମଧ୍ୟରେ ପ୍ରଚାର କରିପାରିବେ ବୋଲି ନିର୍ଦ୍ଦେଶ ରହିଥିଲା । କୋଭିଡ଼ ସଂକ୍ରମଣ କମୁଥିବାରୁ ସ୍ଥିତି ଦେଖି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ପ୍ରାର୍ଥୀ ନିଜ ସହ 20 ଜଣ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି ସରକାର ନୂଆ ନିୟମରେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସଭା ସମିତିରେ 300 ଜଣଙ୍କୁ ନେଇ ବୈଠକ କରିପାରିବେ ରାଜନୈତିକ ଦଳ। ରାଲିକୁ ଅନୁମତି ଦିଆଯାଇ ନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ। ଯେଉଁମାନେ ନିର୍ବାଚନରେ ଭାଗ ନେବେ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି 80 ରୁ 90 ଭାଗ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ଏଣୁ ନିର୍ବାଚନ କମିଶନ ପ୍ରଚାର ନିୟମକୁ କୋହଳ କରିଛନ୍ତି । ଏହା ଦ୍ବାରା ପ୍ରାର୍ଥୀ ମାନେ ପ୍ରଚାର ପ୍ରସାରକୁ ଅଧିକ ତ୍ବରାନ୍ବିତ କରିପାରିବେ । ଏହା ଦ୍ବାରା ପଞ୍ଚାୟତ ନିର୍ବାଚନରେ ସମସ୍ତ ପ୍ରାର୍ଥୀଙ୍କ ମନୋବଳ ସୁଦୃଢ଼ ହେବ। ଏନେଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମାନେ ନିଶ୍ଚିତ ଭାବେ ଉତ୍ସାହିତ ହେବେ

You May Also Like

More From Author

+ There are no comments

Add yours