Wed. Oct 14th, 2026

ନିର୍ବାଚନ ଲଢିବାକୁ ମନାକଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଟିକେଟ ମିଳିଲା କିନ୍ତୁ ସେ ନିର୍ବାଚନ ନଲଢିବା ନେଇ ଯେଉଁ କାରଣ ଦର୍ଶାଇଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ସେ କହିଛନ୍ତି ମୋ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଏକଥା ଖୋଦ୍‌ ଅର୍ଥମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ କରିଛନ୍ତି ଖୁଲାସା । ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ। ତେଣୁ ସେ ନିର୍ବାଚନ ଳଢ଼ିବାକୁ ଚାହୁନାହାନ୍ତି ।
ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ, ନିର୍ମଳା କିଛି ଏପରି ଖୁଲାସା କରିଛନ୍ତି ଯାହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସେ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ଅର୍ଥମନ୍ତ୍ରୀ । କିନ୍ତୁ ନିର୍ବାଚନ ଲଢିବା ଲାଗି ଯେତିକି ଟଙ୍କା ଦରକାର ତାହା ତାଙ୍କ ପାଖରେ ନାହିଁ। ଏକଥା ଖୋଦ ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଲୋକ ସଭା ନିର୍ବାଚନ ଲଢିବା ଲାଗି ଯେତିକି ପାଣ୍ଠି ଦରକାର ତାହା ତାଙ୍କ ପାଖରେ ନାହିଁ।

ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ଲଢିବା ଲାଗି ଭାଜପା ସଭାପତି ଜେ.ପି ନଡ୍ଡା ପ୍ରସ୍ତାବ ଦେଇଥିଲେ। ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ସେ ଏ ବିଷୟରେ ଭାବିବା ପରେ ସେ ପଛକୁ ହଟିଯାଇଥିଲେ ବୋଲି ନିର୍ମଳା କହିଛନ୍ତି। ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ କି ବୋଲି ପ୍ରଶ୍ନ ହେବାରୁ ନିର୍ମଳା କହିଛନ୍ତି, ଭାରତ ସରକାରଙ୍କ ପାଣ୍ଠି ତାଙ୍କର ନୁହେଁ । ତାଙ୍କର ବେତନ ହିଁ ତାଙ୍କର ଆୟ ଏବଂ ତାଙ୍କର ସଞ୍ଚୟ ହେଉଛି ତାଙ୍କର ଟଙ୍କା । କର୍ନାଟକ ରାଜ୍ୟ ସଭା ଏମପି ନିର୍ମଳା ଆହୁରି କହିଛନ୍ତି, ନିର୍ବାଚନ ନ ଲଢିଲେ ମଧ୍ୟ ନିର୍ବାଚନ ପ୍ରଚାର ଓ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *