ନିର୍ବାଚନବେଳେ ଜବତ ମଦ-ଟଙ୍କା କୁଆଡେ ଯାଏ?

ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଦେଶରେ ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍‌ ୧ ପର୍ଯ୍ୟନ୍ତ ୭ ଟି ପର୍ଯ୍ୟାୟରେ ଚାଲିବ ମତଦାନ । ଦେଶରେ କୋଡ ଅଫ କଣ୍ଡକ୍ଟ ବି ଲାଗୁ ହୋଇଛି । ତେବେ ପ୍ରତ୍ଯେକ ନିର୍ବାଚନ ବେଳେ ବେଆଇନ ଭାବେ ଅନେକ ମାଦକ ଦ୍ରବ୍ୟ ଓ ଟଙ୍କା ଜବତ କରାଯାଇଥାଏ । ବିଭିନ୍ନ ପ୍ରାନ୍ତରେ ଯାଞ୍ଚ ବେଳେ ପୁଳାପୁଳା ଟଙ୍କା ସାଙ୍ଗକୁ ବହୁ ପରିମାଣର ମଦ ଜବତ କରାଯାଏ । ତେବେ ନିର୍ବାଚନବେଳେ ଜବତ ଟଙ୍କା ଏବଂ ମଦ ସବୁ ପୋଲିସ ସିଜ କରିବା ପରେ ସେଗୁଡିକ କଣ କରାଯାଏ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ଏଗୁଡିକୁ ଜବତ କରି ନିର୍ବାଚନ କମିଶନର କଣ କରନ୍ତି? ଆସନ୍ତୁ ଜାଣିବା…
ନିର୍ବାଚନ ତାରିଖ ଏବଂ ଟିକେଟ ଘୋଷଣା ହେବା ପରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦିଅନ୍ତି ପ୍ରାର୍ଥୀ । ଏଥିସହ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ପୋଲିସ ବେଆଇନ ଭାବେ ବ୍ୟବହୃତ କିମ୍ବା ନିର୍ବାଚନ ସମୟରେ ନଗଦ ଟଙ୍କା, ସୁନା ଓ ମଦ ଜବତ କରିଥାନ୍ତି । କାରଣ କିଛି ଲୋକ ନିୟମ ଉଲ୍ଲଂଘନ କରନ୍ତି ଏବଂ ନିର୍ବାଚନରେ ଅଧିକାଂଶ କଳା ଟଙ୍କା ବ୍ୟବହାର କରନ୍ତି । ଏପରିକି ଧାର୍ଯ୍ୟ ଖର୍ଚ୍ଚ ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ତେଣୁ ନିର୍ବାଚନ ସମୟରେ ପୋଲିସ ପକ୍ଷରୁ ସନ୍ଦେହଜନକ ଦେଖାଯାଉଥିବା ଗାଡିଗୁଡିକୁ ଯାଞ୍ଚ କରାଯାଇଥାଏ । ଅନେକ ସମୟରେ ଗାଡିରୁ ଟଙ୍କା ଓ ମଦ ଜବତ କରାଯାଏ । ନିର୍ବାଚନ ସମୟରେ ମିଳିଥିବା ସମସ୍ତ ମଦ ପ୍ରଥମେ ଗୋଟିଏ ସ୍ଥାନରେ ଜମା ହୋଇଥାଏ। ଯାହା ପରେ ସେଗୁଡିକୁ ଏକାଠି କରି ନଷ୍ଟ କରିଦିଆଯାଏ । ସେହିଭଳି ଜବତ ନଗଦ ଟଙ୍କା ଆୟକର ବିଭାଗ ନିକଟରେ ଜମା କରିଦିଆଯାଏ । ନିର୍ବାଚନ ପରେ ଜଣେ ବ୍ୟକ୍ତି ଚାହିଁଲେ ଜବତ ଟଙ୍କାକୁ ନିଜର ବୋଲି ଦାବି କରି ନେଇପାରିବେ । ଏହି ଟଙ୍କା କିପରିି ଏବଂ କେଉଁ ଉଦ୍ଦେଶ୍ୟରେ ଆୟ କରିଛନ୍ତି ସେ ସମ୍ପର୍କରେ ପ୍ରମାଣ କରିବାକୁ ପଡିଥାଏ । ପ୍ରମାଣ କରିବା ପାଇଁ ବ୍ୟକ୍ତିଙ୍କୁ ଏଟିଏମ ଟ୍ରାଞ୍ଜାକ୍ସନ, ବ୍ୟାଙ୍କ୍‌ ରସିଦ୍‌ ଓ ପାସବୁକ୍‌ ଜମା କରିବାକୁ ପଡିଥାଏ। ପ୍ରମାଣ ହେବା ପରେ ଯାଇ ଜବତ ଟଙ୍କା ଫେରିପାଇବେ । ନଚେତ ସେହି ଟଙ୍କା ଗୁଡିକ ସରକାରୀ ରାଜକୋଷରେ ଜମା ରହିଥାଏ ।

You May Also Like

More From Author

+ There are no comments

Add yours