ରାୟଗଡା: ରାୟଗଡାର ସ୍ଥାନୀୟ ସଂସ୍କୃତି ଅନୁଷ୍ଠାନ ପରିସରରେ ରବିବାର ଦିନ କଳାକାର ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କଳାକାର ମାନଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ବୈଠକ ରେ ପ୍ରାୟ 30 ରୁ ଉର୍ଦ୍ଧ କଳା କାର ମାନେ ସାମିଲ ହୋଇଥିଲେ l ଗତ ଫେବୃଆରୀ ମାସରେ ଓଡିଶା ସଂଗୀତ ନାଟକ ଏକାଡେମୀ ର ନୁଆ ସାଧାରଣ ପରିଷଦ ଗଠନ କରାଯାଇଛି ଯେଉଁ ଥିରେ 30 ଟି ଜିଲାରୁ ସଦସ୍ୟ ଚୟନ ହୋଇଛି । ସେହିପରି ରାୟଗଡା ଜିଲାରୁ ମଧ୍ୟ ଜଣେ ମହିଳାଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି l ଯାହାକୁ ସ୍ଥାନୀୟ କଳାକାର ମାନେ ବିରୋଧ କରିଛନ୍ତି l ଜିଲାରେ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଅନେକ ବରିଷ୍ଠ ନାଟ୍ୟ ଗୁରୁ ଓ ସଂଗୀତ ଗୁରୁ କଳାକାର ଭାବେ ରହିଥିଲେ ସୁଦ୍ଧା କଳାକାର ମାନଙ୍କ ମତାମତ ନ ନେଇ ସଦସ୍ୟ ଚୟନ କରାଯାଇଛି । ତେଣୁ କଳାକାର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ଏ ନେଇ ଆଗାମୀ ଦିନରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦିଆଯାଇ ହୋଇଥିବା ତ୍ରୁଟି ପୂର୍ଣ୍ଣ ଚୟନକୁ ରଦ୍ଦ କରି ନୂତନ ଭାବେ ଵିଜ୍ଞାପନ ବାହାର କରିବାକୁ ଦାବି କରାଯିବ ବୋଲି ବୈଠକ ରେ ଆଲୋଚନା ହୋଇଛି l ଜିଲାରେ ଜିଲ୍ଲା ସଂସ୍କୃତି ପରିଷଦ ଗଠନ କରିବା, ଆଗାମୀ ଦିନରେ ରାୟଗଡା ଜିଲ୍ଲାରେ ଏକ ଦୃଢ଼ ଏବଂ ମଜବୁତ କଳାକାର ସଂଘ ଗଠନ କରିଲେ ଜିଲ୍ଲାର କଳାକାର ସଚେତନ ହେବା ସହ ସମସ୍ତ ସରକାରୀ ସୁବିଧା ବିଷୟ ରେ ଅବଗତ ହୋଇପାରିବେ ବୋଲି ଆଲୋଚନା ହୋଇଛି l ସଂଘ ର ପ୍ରତିନିଧିତ୍ଵ ପାଈଁ ଏକ 7 ଜଣିଆ କୋର କମିଟି ଗଠନ କରିବା ବିଷୟରେ ଆଲୋଚନା ହୋଇଥିଲା l ବରିଷ୍ଠ କଳାକାର ମାନେ ସମସ୍ତ କଳାକାର ମାନଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । କlର୍ଯ୍ୟକ୍ରମରେ ବରିଷ୍ଠ ସଂଗୀତ ଗୁରୁ ଲକ୍ଷ୍ମୀ ନାରାୟଣ ବେହେରା, ନାଟ୍ୟ ଗୁରୁ ତ୍ରିଲୋଚନ ସାହୁ,ସରକାରୀ ଆଇନଜୀବୀ ବିନାୟକ କର, ଗୋପୀନାଥ ମହା ପାତ୍ର, ରଶ୍ମି ରଞ୍ଜନ ଦୋରା, ଅଜିତେଶ ପଟ୍ଟନାୟକ, ପ୍ରଦୀପ୍ ନାୟକ, ଗଣେଶ ବlହାଦୁର, ଦେବୀ ପ୍ରସାଦ, କlଳି ଚରଣ ରଥ, ପ୍ରଭାକର ମିଶ୍ର , ମହେଶ୍ୱତା ପଟ୍ଟନାୟକ, ପ୍ରଣତି ପାତ୍ର, ବ୍ୟମ କେଶ ମହାନ୍ତି, ମାନସ ନାଥ , ଶର୍ମିଷ୍ଠା ସାସମଲ, ଶ୍ରୀକାନ୍ତ ଦାସ, ଶୁଣ୍ଡି ଗଜେନ୍ଦ୍ର,ସୁକାନ୍ତ, ସମୀର କୁମାର ରେଡି, ଭାଗ୍ୟ ଶ୍ରୀ ମିଶ୍ର ଙ୍କ ସମେତ ଅନ୍ୟ କଳା କlର ମାନେ ଉପସ୍ଥିତ ଥିଲେ l

