ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ ହୋଇଛି । ସଦର ମହକୁମା ଡାକ୍ତରଖାନା ଠାରେ ରାୟଗଡ଼ା ଜିଲ୍ଲାପାଳ ଯୋଗଦେଇ ଜିଲ୍ଲାରେ ପୋଲିଓ ଅଭିଯାନର ଆରମ୍ଭ କରିଥିଲେ । ରାୟଗଡ଼ ଜିଲ୍ଲାରେ ପଲସ ପୋଲିଓ ଅଭିଯାନର ସଫଳତା ପାଇଁ ଜିଲ୍ଲାର ୦ – ୫ ବର୍ଷ ବୟସର ସମୁଦାୟ ୧୧୩୪୪୮ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ ୧୦୩୨ଟି ବୁଥ କରାଯାଇଛି । ଏହି ଅଭିଯାନରେ ତାଲିମପ୍ରାପ୍ତ ୨୦୬୪ଜଣ ଟୀକାକର୍ମୀଙ୍କ ସହିତ ୧୨୬ ଜଣ ସୂପରଭାଇଜରଙ୍କୁ ନିୟୋଜିତ କରାଯାଇଛି । ଅପହଞ୍ଚ , ଦୁର୍ଗମ କିମ୍ବା କୌଣସି ସ୍ଥାନକୁ ଯାତ୍ରା କରୁଥିବା ଶିଶୁଙ୍କ ଟୀକାକରଣ ପାଇଁ ୩୪ଟି ଟ୍ରାଞ୍ଜିଟ ଟିମ ସହ ୨୩ଟି ମୋବାଇଲ ଟିମକୁ ପ୍ରସ୍ତୁତ କରାଯାଇଛି ।