ଭୁବନେଶ୍ୱର ବିଜେବି ନଗର ପିପୁଲ୍ସ ଆସୋସିଏସନ୍ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବକ୍ସି ଜଗବନ୍ଧୁ ମଣ୍ଡପରେ ଏକ ସ୍ବତନ୍ତ୍ର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା। ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ସୁଲୋଚାନା ଦାସ ଯୋଗ ଦେଇଥିଲେ।ଆସୋସିଏସନର ସମସ୍ତ ସଦସ୍ୟ, ନିଆଳି ଅଞ୍ଚଳର ସମାଜ ସେବୀ, ବିଜେଡ଼ି ନେତା, ଗଛ ଡାକ୍ତର ଭାବେ ଜଣାଶୁଣା ପ୍ରମୋଦ ମଲ୍ଲିକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅତିଥି ମାନେ ବକ୍ସି ଜଗବନ୍ଧୁଙ୍କ ତ୍ୟାଗ ଓ ବଳିଦାନର କଥା ଓ ଦେଶପ୍ରେମ ସମ୍ପର୍କରେ ଆଲୋଚନା ହୋଇଥିଲା।