Wed. Oct 14th, 2026

ଅଯୋଧ୍ୟାରେ ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୧ ଦିନର ଉପବାସ ଭାଙ୍ଗିଛନ୍ତି। ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ ‘ଚରଣାମୃତ’ ଖୁଆଇ ତାଙ୍କର ଉପବାସ ଭଙ୍ଗ କରିଛନ୍ତି।
ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ରାମଲଲାଙ୍କ ସମର୍ପଣ ସମାରୋହ ପର୍ଯ୍ୟନ୍ତ ସେ ୧୧ ଦିନିଆ ସ୍ୱତନ୍ତ୍ର ବ୍ରତ ରଖିବେ। ଏକ ଅଡିଓ ଜରିଆରେ ତାଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆଗରୁ ୧୧ ଦିନିଆ ବ୍ରତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଗୋଟାଏ ‘ବିଶେଷ ମନ୍ତ୍ର’ ପାଠ କରୁଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଅଧ୍ୟାତ୍ମିକ ଜଗତ୍‌ ସହିତ ଜଡ଼ିତ ଜଣେ ମହାପୁରୁଷଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଗ୍ରହଣ କରିଥିଲେ। ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ୧ ଘଣ୍ଟା ୧୧ ମିନିଟ୍‌ ଧରି ଏହି ମନ୍ତ୍ର ଜପ କରି ଆସୁଥିଲେ। ୧୧ ଦିନିଆ ବ୍ରତ ସକାଶେ ମନ୍ତ୍ରଟି ବେଶ୍‌ ମହତ୍ତ୍ବପୂର୍ଣ୍ଣ।

Leave a Reply

Your email address will not be published. Required fields are marked *