Wed. Oct 14th, 2026

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସାରିଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜ ମଧ୍ୟ ଏହି ଅବସରରେ ବହୁତ ଖୁସି ଅଛନ୍ତି। ମୁଁ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ସେ କହିଛନ୍ତି।
ଯୋଗୀରାଜ କହିଛନ୍ତି, ମୁଁ ଅନୁଭବ କରୁଛି ଯେ ମୁଁ ଏହି ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତ। ବେଳେବେଳେ ମୋତେ ଲାଗେ ଯେପରି ମୁଁ ଏକ ସ୍ବପ୍ନ ଦୁନିଆରେ ଅଛି। ଆଜି ମୋ ପାଇଁ ସବୁଠୁ ବଡ ଦିନ।’
କଳା ପଥରରେ ନିର୍ମିତ ଏହି ୫୧ ଇଞ୍ଚ ପ୍ରତିମୂର୍ତ୍ତିର ସୁନ୍ଦର ରୂପ ସମସ୍ତଙ୍କୁ ବିଭୋର କରିଛି। ଯୋଗୀରାଜଙ୍କ ଦ୍ୱାରା ର୍ନିମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି। ଏହି ମୂର୍ତ୍ତିର ଓଜନ ୧୫୦ ରୁ ୨୦୦ କିଲୋଗ୍ରାମ ବୋଲି ସେ କହିଛନ୍ତି। ଅରୁଣ ଯୋଗୀରାଜ କେଦାରନାଥରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଇଣ୍ଡିଆ ଗେଟ୍‌ରେ ସୁଭାଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଅଯୋଧ୍ୟାରେ ମୂର୍ତ୍ତି ତିଆରି କରୁଥିବାବେଳେ ତାଙ୍କୁ ପନ୍ଦର ଦିନ ପର୍ଯ୍ୟନ୍ତ ମୋବାଇଲ ଫୋନ ଠାରୁ ମଧ୍ୟ ଦୂରରେ ରଖାଯାଇଥିଲା। ସେ କହିଛନ୍ତି, ମନ୍ଦିରରେ ସ୍ଥାପନ ହୋଇଥିବା ଏହି ପ୍ରତିମା ପ୍ରଭୁ ରାମଙ୍କ ୫ ବର୍ଷର ବାଳକ ପରି। ତିନିଜଣ ଶିଳ୍ପୀ ରାମ ମନ୍ଦିର ପାଇଁ ରାମଲାଙ୍କ ମୂର୍ତ୍ତି ତିଆରି କରିଥିଲେ। ଏଥିମଧ୍ୟରୁ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମାକୁ ଚୟନ କରାଯାଇଛି। ପୁରାତନ ପ୍ରତିମା ମନ୍ଦିର ପରିସରରେ ରହିବ।

Leave a Reply

Your email address will not be published. Required fields are marked *