ପଦ୍ମପୁର ଅଞ୍ଚଳରେ ମହାବଳ ବାଘ ପାଦ ଚିହ୍ନ ଠାବ

ରାୟଗଡ଼ା ଜିଲ୍ଲା ପଦ୍ମପୁର ରାଉତରଙ୍ଗା ଅଞ୍ଚଳରେ ମହାବଳ ବାଘ ପାଦଚିହ୍ନ ଠାବ । ବର୍ତ୍ତମାନ ସୁଦ୍ଧା ମହାବଳ ବାଘକୁ ବନ ବିଭାଗ ଦେଖିନାହିଁ । କିନ୍ତୁ ପାଦଚିହ୍ନ ଠାବ କରି ନଜର ରଖିଛି । ଚନ୍ଦ୍ରପୁର ଓ ଗୁଡାରି ପାର୍‌ କରି ପୁଣି ମହାବଳ ଫେରୁଥିବା ଅନୁମାନ କରାଯାଉଛି । ଏନେଇ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ।

କିଛି ଦିନ ପୂର୍ବରୁ ମହାବଳ ମୁନିଗୁଡ଼ା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇଥିଲା । ମହାବଳ ବାଘ ଭୟରେ ଅଞ୍ଚଳରେ ଲୋକ ସନ୍ଧ୍ୟା ହେଲେ ତାଟି କବାଟ ଦେଇ ରହୁଛନ୍ତି। ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ବାରା ବନ ବିଭାଗ ଲୋକଙ୍କୁ ସଚେତନ କରୁଛି ।

You May Also Like

More From Author

+ There are no comments

Add yours