ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କର

ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଛିଣ୍ଡୁନି ଅଙ୍କ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନା ଆଉ କୋଉ ନୂଆ ମୁହଁ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆଶାୟୀ ଅଛନ୍ତି ବସୁନ୍ଧରା ରାଜେ । ପୂର୍ବରୁ ବସୁନ୍ଧରାଙ୍କୁ ଦିଲ୍ଲୀ ଡକାଇଥିଲେ କେନ୍ଦ୍ରୀୟ ବିଜେପି ଟିମ । ଏବେ ଏକ ଖବର ସାମନାକୁ ଆସିଛି । ବସୁନ୍ଧରା କହିଛନ୍ତି କି, ତାଙ୍କୁ ଗୋଟିଏ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରାଯାଉ । ଏହପରେ ମୁଁ ନୁହେଁ ପଦବୀ ଛାଡ଼ି ଦେବି ବୋଲି କେନ୍ଦ୍ରୀୟ ନେତାଙ୍କ ଆଗରେ କହିଥିବା ଚର୍ଚ୍ଚା ହେଉଛି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନ କରି ଫେରିଛନ୍ତି ବସୁନ୍ଧରା । ତେବେ ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦ ନେବାକୁ ଜିଦରେ ଅଡ଼ି ବସିଥିବା ଜଣାପଡିଛି । ରାଜସ୍ଥାନ ଜୟପୁରରେ ବିଜେପିର ୬୦ ବିଧାୟକଙ୍କୁ ସାକ୍ଷାତ କରିଛନ୍ତି ବସୁନ୍ଧରା ରାଜେ। ମୁଖ୍ୟମନ୍ତ୍ରୀ ପଦ ଲାଗି ବସୁନ୍ଧରା ପରେ ରାଜପରିବାରର ଦୀୟା କୁମାରୀ ମଧ୍ୟ ଅଛନ୍ତି । ଦୀୟା କୁମାରୀ ନା ଆଉ କାହାକୁ ମୁଖ୍ୟମନ୍ତ୍ରୀ କରିବେ ଏନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ। ମଙ୍ଗଳବାର ରାଜସ୍ଥାନରେ ବସୁଛି ରାଜସ୍ଥାନ ବିଜେପି ବିଧାୟକ ଦଳ ବୈଠକ । ଏଥିରେ ବରିଷ୍ଠ ନେତା ରାଜନାଥ ସିଂହଙ୍କ ନେତୃତ୍ବରେ ୩ ଜଣିଆ କେନ୍ଦ୍ରୀୟ ବିଜେପିର ପର୍ଯ୍ୟବେକ୍ଷକ ଦଳ ଉପସ୍ଥିତ ରହିବେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବା ସମ୍ଭାବନା ରହିଛି।

You May Also Like

More From Author

+ There are no comments

Add yours