ଚନ୍ଦାହାଣ୍ଡି ରେ ଗଡିଲା ଲକ୍ଷ୍ମୀ ବସ୍‌

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜି ଲକ୍ଷ୍ମୀ ବସ୍ ର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଚନ୍ଦାହାଣ୍ଡି ବି ଡି ଓ ରାମକୃଷ୍ଣ ନାୟକ ଆଜି ବସ୍ ଟିକୁ ନଡିଆ ବାଡେଇ ସୁସ୍ୱାଗତ କରି ଥିବା ବେଳେ ଚନ୍ଦାହାଣ୍ଡି ବ୍ଲକ ମିଶନ ଶକ୍ତି ମହା ସଂଘ ର ସଭାନେତ୍ରୀ ସଂଯୁକ୍ତା ପଟେଲ,ସମ୍ପାଦିକା ଗୌରୀ ବେହେରା,ବି ଏଲ୍ ଏଫ୍ ସଦସ୍ୟା ଅଙ୍ଗନବାଡି କର୍ମୀ,ପରିଦର୍ଶିକା ଏବଂ ସ୍ଵଂୟ ସହାୟିକା ଗୋଷ୍ଠିର ସଦସ୍ୟା ମାନେ ଶୁଭ ହୁଳହୁଳି ଦେବା ସହ ବସକୁ ସ୍ବାଗତ କରିଥିଲେ । ନବରଙ୍ଗପୁର ଜିଲ୍ଲା ସଦରରୁ ଦୁଇଟି ବସ ଆଜି ଚନ୍ଦାହାଣ୍ଡି ବ୍ଲକକୁ ପଂହଚି ଥିବା ନେଇ ଚନ୍ଦାହାଣ୍ଡି ବି ଡି ଓ ରାମକ୍ରୁଷ୍ଠ ନାୟକ ପ୍ରକାଶ କରିଛନ୍ତି । ଏହାକୁ ଦୁଇଟି ରୁଟ୍ରେ ବିଭକ୍ତ କରାଯାଇଛି । ରୁଟ ୧ ରେ ପ୍ରତି ଦିନ ସକାଳ ୬ ଟା ସମୟ ରେ ଚନ୍ଦାହାଣ୍ଡି ସଦର ଠାରୁ ସିନାପାଲି, ଦଣ୍ଡାମୁଣ୍ଡା, ଦେଇ ଦଳବେଡା, ପଂଚାୟତ ସଦର କୁ ପ୍ରବେଶ କରି ଭାଟିପଡା ଦେଇ ପାଟଖଲିଆ ପଂଚାୟତ ଚିିଲିଗାଁ ପାଟଖଲିଆ ପଂଚାୟତ ସଦର କୁ ପ୍ରବେଶ କରି ପୁଣି ଥରେ ଚନ୍ଦାହାଣ୍ଡି ଆସିବ । ଧୁରୁଆପଡା ମେଡିକାଲ ଦେଇ ଜମାଦାରପଡା ପଂଚାୟତ ରୁ ଫଟକି ପଂଚାୟତ ସଦର ଦେଇ କୋଇଲିମୁଣ୍ଡା, ଅନକାବେଡା ପଂଚାୟତ ସଦର ରୁ ମୋହୋରା ପଂଚାୟତ କୁ ପ୍ରବେଶ କରି ଚନ୍ଦାହାଣ୍ଡି ସଦର କୁ ପଶିବ । ଏବଂ ରୁଟ ୨ ରେ ଚନ୍ଦାହାଣ୍ଡି ସଦର ରୁ ପୁଜାରୀଗୁଡା ଦେଇ ବେହେରାମୁଣ୍ଡା , ସରଧାପୁର , ଗମ୍ବାରୀଗୁଡା ପଂଚାୟତ କୁ ପ୍ରବେଶ କରି ଖଇରଭାଡି ଦେଇ ଫଳସାପଡା ମାଳଗାଁ ,କୁହୁଡି, କୁଆଆମ୍ବ ରୁ ଧୋଡିପାଣି ପଂଚାୟତ ଦେଇ ଚନ୍ଦାହାଣ୍ଡି ସଦର କୁ ପ୍ରବେଶ କରିବ ବୋଲି ବି ଡି ଓ ସୂଚନା ଦେଇଛନ୍ତି । ଚନ୍ଦାହାଣ୍ଡି କୁ ଆଉ ଦୁଇ ଟି ବସ, ଜିଲ୍ଲା କୁ ସଂଯୋଗ ପାଇଁ ଗୋଟିଏ ଏସି ବସ୍ ଆସନ୍ତା ୧୦ ତାରିଖ ରୁ ଆସିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ବ୍ଲକରେ ଲକ୍ଷ୍ମୀ ବସ୍ ଗଢିବାରୁ ଅଂଚଳବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହ ସାଂସଦ ରମେଶ ଚନ୍ଦ୍ର ମାଝି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସର ରେ ଭାରପ୍ରାପ୍ତ ଜି ପି ଓ ସୂର୍ଯ୍ୟନାରାୟଣ ଭତ୍ରା,ସହକାରୀ ଯନ୍ତ୍ରୀ ଥୟ ପଟେଲ, ଅଙ୍ଗନବାଡି ପରିଦର୍ଶିକା ଫୁଳସରା ଭତ୍ରା,ନନ୍ଦିନୀ ଶତପଥୀ, ବି ଏଲ୍ ଏଫ୍‌, କୌଶଲ୍ୟା ପାଣ୍ଡେ, ଗଜମତୀ ମାଝି,କସ୍ତୁରା କଚିମ୍ ମଞ୍ଜୁଲତା ନାୟକ ପ୍ରତିମା ଦାସ ମୁକ୍ତା ବିଶି, ଏବଂ ସମସ୍ତ ପି ଇ ଓ ମାନେ ଉପସ୍ତିତ ରହି ଲକ୍ଷ୍ମୀବସ୍ କୁ ସ୍ୱାଗତ କରିଥିଲେ ।
ଚନ୍ଦାହାଣ୍ଡିରୁ ମକୁନ୍ଦ ବେଶ୍ରା, ଶବ୍ଦ ମିଡ଼ିଆ

You May Also Like

More From Author

+ There are no comments

Add yours