ବାଇକ୍ ଭିତରକୁ ପଶିଗଲା ଢମଣା ସାପ

ବାଇକ୍ ଭିତରକୁ ପଶିଗଲା ଢମଣା ସାପ । ବାଇକ ଠିଆ ହୋଇଥିବାବେଳେ ଭିତରକୁ ପଶିଗଲା ସାପ । କାଢିବା ପାଇଁ ନକେଦମ୍ ହେଲେ ଚାଳକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ । ଜଣେ ହିରୋ ଡିଲକ୍ସ ବାଇକ୍ ଚାଳକ ବାଇକ କୁ ରାସ୍ତା କଡ଼ରେ ରଖିଦେଇ ଜଳଖିଆ ଖାଇବାକୁ ହୋଟେଲ ଭିତରକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ସାପ ବାଇକର ଟାଙ୍କୀ ତଳକୁ ପଶି ଯାଇଥିବା ନିକଟରେ ଥିବା ଲୋକ ଦେଖିଥିଲେ । ବାଇକ ଚାଳକ ଆସି ଦେଖିଲା ବେଳେ ସାପଟି ଭିତରେ ରହିଯାଇଥିଲା । ତେବେ ତାକୁ କାଢିବା ପାଇଁ ଯେତେ ଚେଷ୍ଠା କରିଥିଲେ ହେଁ ବାହାରକୁ ଆସି ନଥିଲା। ପରେ ଏକ ବାଇକ୍ ମେକାନିକ ଆସି ଗାଡ଼ିକୁ ଖୋଲିଲା ପରେ ସାପଟି ଉଦ୍ଧାର ହୋଇଥିଲା । ସାପଟି ଏକ ଢମଣା ସାପ ଛୁଆ ବୋଲି ଅନୁମାନ କରିଛନ୍ତି ଲୋକ । ଏହାକୁ ଦେଖିବା ପାଇଁ ଘଟଣା ସ୍ଥଳରେ ବେସ୍ ଭିଡ ପରିଲକ୍ଷିତ ହୋଇଥିଲା

You May Also Like

More From Author

+ There are no comments

Add yours