ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଙ୍ଘର ସଭାପତି ଗୋରେଖ ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲପାଳ ବିମଳେନ୍ଦୁ ରାଏ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସେ କହିଥିଲେ ସମାଜ ସଂସ୍କାରରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ l ମୁଖ୍ୟବକ୍ତା ଭାବରେ ପ୍ରମେୟ ବଲାଙ୍ଗୀର ର ବାର୍ତ୍ତା ସମ୍ପାଦକ ଅଖିଳ ବିହାରୀ ହୋତା ଯୋଗଦେଇ ସାଂସ୍କୃତିକ ଚେତନା ଗଣମାଧ୍ୟମ ଦ୍ୱାରା ସମାଜର ପରିବର୍ତ୍ତନ ଅଣାଯାଇପାରିବ ବୋଲି କହିଥିଲେ l ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ରେ ଥିବା ୬ ଗୋଟି ବ୍ଲକର ଶତାଧିକ ସାମ୍ବାଦିକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜିଲିନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ ।

You May Also Like

More From Author

+ There are no comments

Add yours