ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା,ବିରୋଧୀ ଦଳର ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗ

ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଅକ୍ଟୋବର ୧୦ରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା ଯୋଜନା ନଭେମ୍ବର ୧୦ ରେ ଯାଜପୁରରେ ଶେଷ ହୋଇଛି । ସାରା ରାଜ୍ୟରେ ୯୯୨୨୩ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା । ରାଜ୍ୟର ପ୍ରତି ପଞ୍ଚାୟତକୁ ପ୍ରଦାନ କରାଯିବ ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର କହୁଛନ୍ତି,ଏଥର ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡ଼ିଶାର ଗାଁ’ଗୁଡ଼ିକ ଆଗକୁ ବଢିବ । ଏପଟେ ବିରୋଧୀ ଦଳ ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତବେଳେ ଲୋକଙ୍କ ଠାରୁ ଆସିଥିବା ପ୍ରସ୍ତାବ ଭିତ୍ତିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଅକ୍ଟୋବର ୧୦ ତାରିଖରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଉତ୍ସାହ ଆନନ୍ଦର ସହ ବାଣ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦଯାପନ ହୋଇଛି । ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୬ ଲକ୍ଷରୁ ଅଧିକ ଲୋକ ଭାଗ ନେଇଥିଲେ । ସାରା ରାଜ୍ୟରେ ୩୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଯୋଜନା ଆରମ୍ଭରୁ ହିଁ ଅନେକ କାରଣରୁ ଚର୍ଚ୍ଚାରେ ରହିଛି । ପ୍ରକଳ୍ପ ପ୍ରସ୍ତାବକୁ ନେଇ ଦ୍ଵନ୍ଦ, ଦଳୀୟ ଚିହ୍ନ ବ୍ୟବହାର ନେଇ ଅଭିଯୋଗ ମଧ୍ୟ ହୋଇଛି । ଏନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ମୋ ଓଡିଶା ନବୀନ ଓଡ଼ିଶା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ଗ୍ରାମୀଣ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ଓ ପଞ୍ଚାୟତକୁ ଡିଜିଟାଲ ସଂଯୋଗ କରାଯିବ । ଅକ୍ଟୋବର ୧୦ରୁ ନଭେମ୍ବର ୧୦ ମଧ୍ୟରେ ଶେଷ କରିବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରେ ପ୍ରକଳ୍ପର ଅନୁମୋଦନ କରିଛନ୍ତି ।

ମୋ ଓଡ଼ିଶା ନବୀନ ଓଡ଼ିଶାରେ ୯୦୬୫୦ ଗ୍ରାମୀଣ ପ୍ରକଳ୍ପ ଅନୁମୋଦନ ହୋଇଛି । ୧୮ ଶହରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଗଲାଣି

ଯୋଜନାରେ ଚିହ୍ନ ବ୍ୟବହାର ନେଇ ଅଭିଯୋଗ ବାବଦରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ । ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ବିଜେପି ନିଜ ଦଳର ଚିହ୍ନକୁ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗ ମଧ୍ୟ ରହିଛି । ତେଣୁ ବିଜେପି ଯାହା କହୁଛି, ନିଜେ ଦେଖିବା କଥା ବୋଲି ବିଜେଡି କାଉଣ୍ଟର କରୁଛି ।

ବିଧାୟକ ପ୍ରଶାନ୍ତଙ୍କ ମତ, ଖୁବ କମ ଦିନରେ ୩୦ ଜିଲ୍ଲାରେ ଯୋଜନା ପହଞ୍ଚିବା ସରକାରଙ୍କ କୃତିତ୍ୱ । ବିରୋଧୀ କେବଳ ବିରୋଧାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । କିନ୍ତୁ ବିରୋଧୀଙ୍କ ସମାଲୋଚନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । କାରଣ ଲୋକେ ବିକାଶ ସହ ଅଛନ୍ତି ।

You May Also Like

More From Author

+ There are no comments

Add yours