୩୦ ଟଙ୍କାରେ ପିଆଜ ବିକିଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ

ଭୁବନେଶ୍ୱର, ୦୨.୧୧ : ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଠାରେ ପିଆଜି କେ.ଜି ପ୍ରତି ୩୦ ଟଙ୍କାରେ ବ୍ରିକି କଲେ । ରାଜ୍ୟରେ ପିଆଜ ବଜାରରେ ଲାଗିଛି ନିଆଁ । ଏ ଅପରାଗ ୨୩ ବର୍ଷର ସରକାର ପ୍ରତିବର୍ଷ ରାଜ୍ୟର ଖାଉଟିମାନଙ୍କୁ ପିଆଜ ଓ ଆଳୁକୁ ଚଢ଼ା ଦାମରେ ବିକ୍ରି କରାଇ ହନ୍ତସନ୍ତ କରୁଛନ୍ତି । ପ୍ରକାଶଥାଉକି, ରାଜ୍ୟରେ ୩.୯୫ ଲକ୍ଷ ମେଟ୍ରିକ୍‌ଟନର ପିଆଜ ଉତ୍ପାଦନ ହେଉଛି ବୋଲି ରାଜ୍ୟ ଉଦ୍ୟାନ ବିଭାଗର ଅଧିକାରୀମାନେ କହୁଥିଲାବେଳେ ରାଜ୍ୟର ଖାଦ୍ୟ ଓ ଯୋଗାଣମନ୍ତ୍ରୀ ଭିନ୍ନ ଏକ ତଥ୍ୟ ଦେଉଛନ୍ତି । ରାଜ୍ୟର କୃଷିମନ୍ତ୍ରୀ ବିଧାନସଭାରେ ରାଜ୍ୟର ୩.୭୫ ଲକ୍ଷ ମେଟ୍ରିକ ଟନ୍‌ର ପିଆଜ ଉତ୍ପାଦନ ହେଉଛି ବୋଲି କହୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ସରକାର ବାରମ୍ବାର କହୁଛନ୍ତି ରାଜ ପିଆଜର ସ୍ୱାବଲମ୍ବି ବୋଲି କହୁଥିଲାବେଳେ କାହିଁକି ରାଜ୍ୟବାସୀ ପିଆଜ କିଲୋ ୮୦ ଟଙ୍କା ଚଢ଼ା ଦରରେ କିଣୁଛନ୍ତି ବୋଲି ଶ୍ରୀମତୀ ମହାନ୍ତି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ରାଜ୍ୟସରକାର ୨୦୧୫ ମସିହାରେ ପିଆଜ ମିଶନ କରିଥିଲେ । ୧୫ କୋଟି ଟଙ୍କା ବ୍ୟୟ ବରାଦ କଲେ । କିନ୍ତୁ ଫଳ କାହିଁକି ଶୁନ୍‌? ପୂର୍ବତ କୃଷିମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥି ରାଜ୍ୟରେ ୩୦୦ ଟି ଶୀତଳ ଭଣ୍ଡ ପିଆଜ ସଂରକ୍ଷଣ କରିବା ପାଇଁ କରିବେ ବୋଲି କହିଥିଲେ । ୯ ବର୍ଷ ଭିତରେ ଗୋଟିଏ ବି ଶୀତଳ ଭଣ୍ଡାର କରିନାହାନ୍ତି । ରାଜ୍ୟର ପିଆଜ ଚାଷୀ ଅଭାବୀବିକ୍ରିରେ ଆଉଟୁପାଉଟ୍ । କିନ୍ତୁ ବ୍ୟବସାୟୀ ମାଲେମାଲ । ଖାଉଟି ହନ୍ତସନ୍ତ । ମୁଖ୍ୟମନ୍ତ୍ରୀ ଏକ ନମ୍ବର । ଏଇ ତ ଆମର ସରକାର । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟର ବିଶ୍ୱଜିତ୍ ଦାସ, ସୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଚୈତାଳୀ ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମାମିନା ବେହେରା, ଜୟଶ୍ରୀ ପାତ୍ର, ରୀ ସାହୁ, କବିତା ପ୍ରିୟଦର୍ଶୀନୀ ଦାସ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ମନୋରଞ୍ଜନ ଜେନା, ମିହିର ଆଚାର୍ଯ୍ୟ, ଅକ୍ଷୟ ଦାସ, ବ୍ରହ୍ମାନନ୍ଦ ସାହୁ, ପ୍ରଶନ୍ନ ନାୟକ, ସୌମେନ୍ଦ୍ର ମହାନ୍ତି, ମାନଓ ସେଠୀ, ଶୁଭ୍ରଜ୍ୟୋତି ଲେଙ୍କା, ଦେବାସିଷ ଦାସ ଓ ସୁବାସ ସାହୁ ପ୍ରମୁୂଖ ଅଂଶ ଗ୍ରହଣ କରିଥିଲେ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଠାରେ ପିଆଜି କେ.ଜି ପ୍ରତି ୩୦ ଟଙ୍କାରେ ବ୍ରିକି କଲେ । ରାଜ୍ୟରେ ପିଆଜ ବଜାରରେ ଲାଗିଛି ନିଆଁ । ଏ ଅପରାଗ ୨୩ ବର୍ଷର ସରକାର ପ୍ରତିବର୍ଷ ରାଜ୍ୟର ଖାଉଟିମାନଙ୍କୁ ପିଆଜ ଓ ଆଳୁକୁ ଚଢ଼ା ଦାମରେ ବିକ୍ରି କରାଇ ହନ୍ତସନ୍ତ କରୁଛନ୍ତି । ପ୍ରକାଶଥାଉକି, ରାଜ୍ୟରେ ୩.୯୫ ଲକ୍ଷ ମେଟ୍ରିକ୍‌ଟନର ପିଆଜ ଉତ୍ପାଦନ ହେଉଛି ବୋଲି ରାଜ୍ୟ ଉଦ୍ୟାନ ବିଭାଗର ଅଧିକାରୀମାନେ କହୁଥିଲାବେଳେ ରାଜ୍ୟର ଖାଦ୍ୟ ଓ ଯୋଗାଣମନ୍ତ୍ରୀ ଭିନ୍ନ ଏକ ତଥ୍ୟ ଦେଉଛନ୍ତି । ରାଜ୍ୟର କୃଷିମନ୍ତ୍ରୀ ବିଧାନସଭାରେ ରାଜ୍ୟର ୩.୭୫ ଲକ୍ଷ ମେଟ୍ରିକ ଟନ୍‌ର ପିଆଜ ଉତ୍ପାଦନ ହେଉଛି ବୋଲି କହୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ସରକାର ବାରମ୍ବାର କହୁଛନ୍ତି ରାଜ ପିଆଜର ସ୍ୱାବଲମ୍ବି ବୋଲି କହୁଥିଲାବେଳେ କାହିଁକି ରାଜ୍ୟବାସୀ ପିଆଜ କିଲୋ ୮୦ ଟଙ୍କା ଚଢ଼ା ଦରରେ କିଣୁଛନ୍ତି ବୋଲି ଶ୍ରୀମତୀ ମହାନ୍ତି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । ରାଜ୍ୟସରକାର ୨୦୧୫ ମସିହାରେ ପିଆଜ ମିଶନ କରିଥିଲେ । ୧୫ କୋଟି ଟଙ୍କା ବ୍ୟୟ ବରାଦ କଲେ । କିନ୍ତୁ ଫଳ କାହିଁକି ଶୁନ୍‌? ପୂର୍ବତ କୃଷିମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥି ରାଜ୍ୟରେ ୩୦୦ ଟି ଶୀତଳ ଭଣ୍ଡ ପିଆଜ ସଂରକ୍ଷଣ କରିବା ପାଇଁ କରିବେ ବୋଲି କହିଥିଲେ । ୯ ବର୍ଷ ଭିତରେ ଗୋଟିଏ ବି ଶୀତଳ ଭଣ୍ଡାର କରିନାହାନ୍ତି । ରାଜ୍ୟର ପିଆଜ ଚାଷୀ ଅଭାବୀବିକ୍ରିରେ ଆଉଟୁପାଉଟ୍ । କିନ୍ତୁ ବ୍ୟବସାୟୀ ମାଲେମାଲ । ଖାଉଟି ହନ୍ତସନ୍ତ । ମୁଖ୍ୟମନ୍ତ୍ରୀ ଏକ ନମ୍ବର । ଏଇ ତ ଆମର ସରକାର । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟର ବିଶ୍ୱଜିତ୍ ଦାସ, ସୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଚୈତାଳୀ ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମାମିନା ବେହେରା, ଜୟଶ୍ରୀ ପାତ୍ର, ରୀ ସାହୁ, କବିତା ପ୍ରିୟଦର୍ଶୀନୀ ଦାସ, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ମନୋରଞ୍ଜନ ଜେନା, ମିହିର ଆଚାର୍ଯ୍ୟ, ଅକ୍ଷୟ ଦାସ, ବ୍ରହ୍ମାନନ୍ଦ ସାହୁ, ପ୍ରଶନ୍ନ ନାୟକ, ସୌମେନ୍ଦ୍ର ମହାନ୍ତି, ମାନଓ ସେଠୀ, ଶୁଭ୍ରଜ୍ୟୋତି ଲେଙ୍କା, ଦେବାସିଷ ଦାସ ଓ ସୁବାସ ସାହୁ ପ୍ରମୁୂଖ ଅଂଶ ଗ୍ରହଣ କରିଥିଲେ

You May Also Like

More From Author

+ There are no comments

Add yours