Wed. Oct 14th, 2026

ଭୁବନେଶ୍ଵର, ତା ୧୧.୧୦.୨୩- କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପ୍ରାଙ୍ଗଣରେ ୬୭ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ରାଣୀ ଟପ୍ପୋ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସକାଳ ୭:୩୦ ରୁ ୮:୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପୀ ଆନ୍ତଃ କ୍ଲାସ ମାର୍ଚିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ପ୍ରି‌ନସ୍‌ପାଲ୍ ଡ଼ଃ ଦେବେନ୍ଦ୍ର ନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ମାର୍ଚିଙ୍ଗ୍ ପ୍ରତିଯୋଗିତାରେ B.P.Ed ଦ୍ଵିତୀୟ ବର୍ଷର ଉଭୟ ଛାତ୍ରୀ ଏବଂ ଛାତ୍ରଙ୍କ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ଦିନ ୧୧ ଘଟିକାରୁ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ସଫଳତାର ଜୟଯାତ୍ରାକୁ ପିଲାମାନଙ୍କ ସମ୍ମୁଖରେ ପ୍ରତିପାଦନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଅଶୋକ କୁମାର ନାୟକ, ଡଃ ମନମୋହନ ରାଉତ, ଡ଼ଃ ଦେବେନ୍ଦ୍ରନାଥ ବେହେରା, ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ଜେନା, ଡ଼ଃ ଧନେଶ୍ଵର ପଲେଇ, ଡେମନଷ୍ଟ୍ରେଟର୍ ଶ୍ରୀଯୁକ୍ତ ଦିବାକର ମୁଦୁଲି, ଲାଇବ୍ରେୀରି ଅଟେଡାଣ୍ଟ ଶ୍ରୀ ରବିନାରାୟଣ ଦାସ ଓ ଗ୍ରାଉଣ୍ଡମ୍ଯାନ୍ ଜିତେନ୍ ସେଠି ଅତିଥି ଭାବେ ଯୋଗଦାନ କରିଥିଲେ I ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତାରାଣୀ ଟପ୍ପୋ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଶୋଭାରାଣୀ ଡୋରା ସଭା ପରିଚାଳନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଉତ୍କର୍ଷ କାର୍ଯ୍ୟକଳାପ ଉପରେ ଏକ ସୁନ୍ଦର ନାଟ୍ଯ ଗୀତିକା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I ଶେଷରେ ଅଧ୍ୟାପକ ଶ୍ରୀ ବିନୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *