
ଅକ୍ଟୋବର ୧୦ ତାରିଖ, ମଙ୍ଗଳବାର ଭୁବନେଶ୍ବରର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଏକ ଅନବଦ୍ୟ ଧାର୍ମିକ ପୁସ୍ତକ ହେରିଟେଜ୍ ଅଫ ଇଣ୍ଡିଆ ଏଣ୍ଡ ସ୍ବାମୀ ନିଗମାନନ୍ଦ ପୁସ୍ତକଟି ଲୋକାର୍ପିତ ହୋଇଛି Iବିଶିଷ୍ଟ ଆଧ୍ୟାତ୍ମିକ ବାଗ୍ମୀ ତଥା ନୀଳାଚଳ ସାରସ୍ଵତ ସଂଘର ସଭାପତି ସନ୍ତୋଷ କୁମାର ମହାନ୍ତିଙ୍କ ଦ୍ବାରା ରଚିତ ଏହି ପୁସ୍ତକଟିରେ ବିଶ୍ବର ବିଭିନ୍ନ ଦାର୍ଶନିକ ମତବାଦ, ବିଭିନ୍ନ ଧର୍ମର ସାର ତଥା ପରମହଂସ ନିଗମାନନ୍ଦ ଦେବଙ୍କ ସମନୁୟୀ ଦାର୍ଶନିକ ଚିନ୍ତାଧାରାର ଏକ ତୁଳାତ୍ମକ ଅନୁଧ୍ୟାନ ଓ ବିଶ୍ଳେଷଣ କରାଯାଇଛି । ବିଶ୍ବର ବିଭିନ୍ନ ଧାର୍ମିକ ଧାରା ବାବଦରେ ଖୁବ ସୁନ୍ଦର ଭାବରେ ଲେଖକ ଅବତାରଣା କରିଛନ୍ତି ।ଖାଦ୍ୟ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଆନ୍ତର୍ଜାତିକ କ୍ରିୟାଯୋଗ ସଂସ୍ଥାନର ସେକ୍ରେଟାରୀ ସାମୀ ସମର୍ପଣାନନ୍ଦ ଗିରି, ବିଶିଷ୍ଟ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ନୀଳାଚଳ ସାରସ୍ଵତ ସଂଘ ପରିଚାଳକ ଶରତଚନ୍ଦ୍ର ସିଂହଦେଓ, ଲେଖକ ସନ୍ତୋଷ କୁମାର ମହାନ୍ତି ଏବଂ ଗଣେଶ ପ୍ରସାଦ ଦାସ ଅତିଥି ଭାବରେ ସାମିଲ ହୋଇ ପୁସ୍ତକଟିର ବିଶ୍ଲେଷଣ କରିଥିଲେ। ପ୍ରଫେସର ବିଜୟାନନ୍ଦ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।