Thu. Oct 15th, 2026

ଭୁବନେଶ୍ଵର, ତା. ୦୭/୧୦ : କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପ୍ରତି ଦୃଢ଼ ଆତ୍ମା ପ୍ରକଟ କରି ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ତଲସରା ବ୍ଲକ, ନୂଆଗାଁ ବ୍ଲକ ଏବଂ ବିରମିତ୍ରପୁର ମ୍ୟୁନିସ୍‌ପାଲଟିର ବହୁ ବିଜେଡ଼ି ଓ ସିପିଏମ୍ କର୍ମକର୍ତା ଓ କର୍ମୀ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ କର୍ମୀମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିଥିଲେ ଓ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଗ୍ରହଣ କରିନେଇଥିଲେ। ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ ଯେ ଆପଣମାନଙ୍କର ଯୋଗଦାନ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବ । ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜନାର୍ଦ୍ଦନ ଦେହୁରୀ, ସୁନ୍ଦରଗଡ଼ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ସରୋଜିନୀ ବାଙ୍କୀ, କଂଗ୍ରେସ ନେତା ପ୍ରଦୀପ ମିଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସମ୍ପାଦକ ରାଜନ ଦାଶଙ୍କ ତତ୍ତ୍ଵାବଧାନରେ ଏହି ନେତୃବୃନ୍ଦମାନେ କଂଗ୍ରେସରେ ଯୋଗଦାନ କରିଥିଲେ । ଆଜି କଂଗ୍ରେସରେ ଯୋଗଦେଇଥିବା ନେତୃବୃନ୍ଦ ହେଲେ ସିପିଏମ୍ ଦଳର ପୂର୍ବତନ ସରପଂଚ ଜିଡେନ୍ ଓରାମ୍, ଲିଲି ଲାର୍କା, ପୌଲିନା ଡୁଙ୍ଗଡୁଙ୍ଗ, ରଞ୍ଜିତା ଲାକ୍ରା, ମେଡ଼ିଲିନ୍ ଲାକ୍ରା, ପିଟର ଲାକ୍ରା, ରଜତ କୁମାର ମିଞ୍ଜ, ସୁରେଶ ଟପ୍ଲେ, ଶ୍ରୀନୁସ୍ ବୋର୍ଡ଼, ରଜତ ଲାକ୍ରା, ବୁଦ୍ଧିରାମ ବଡାଇ, ଚନ୍ଦନ ଦାସ, ଜ୍ୟୋତି ଲାକ୍ରା ଓ ରୋଜାଲିନ୍ ଲାକ୍ରା । ନିଜ ପ୍ରତିକ୍ରିୟାରେ ସେମାନେ କହିଥିଲେ ଯେ, କଂଗ୍ରେସ ଦଳ ଆମ୍ଭମାନଙ୍କୁ ଯେଉଁ ଦାୟିତ୍ଵ ଦେବ ଆମ୍ଭେ ନିଷ୍ଠାରେ ସହ ପାଳନ କରିବୁ ।

ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ତରୁଣକାନ୍ତ ମିଶ୍ର ଓ କଂଗ୍ରେସ ନେତା ମିହିର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *