
ଥ୍ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ (ଟି.ଓ.ଏସ୍), ଓଡ଼ିଶା ଅଞ୍ଚଳ ର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ୨୨/୦୯/୨୦୨୩ରେ ରମା ଦେବୀ ମହିଳା ବିଶ୍ବବିଦ୍ୟାଳୟ ଭୁବନେଶ୍ବର, ଅଡିଟୋରିୟମରେ ସନ୍ଧ୍ୟା ୬ଟାରୁ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ସମ୍ବେଦନା ସହିତ ସେବା କରନ୍ତୁ: ପରିବର୍ତ୍ତନଶୀଳ ଦୁନିଆରେ ଏକତା ସୃଷ୍ଟି କରନ୍ତୁ”। ଏହି ଅବସରରେ ସାଧୁ, କବି, ଆଧ୍ୟାତ୍ମିକ ଗୁରୁ ଓ ସମାଜସେବୀ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିବା ସହିତ ‘ସେବା’ ପତ୍ରିକା ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥୁ ଭାବେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ତ୍ରିପୁରାର ଦର୍ଶନ ଶାସ୍ତ୍ରର ପ୍ରଫେସର ତଥା ଆହୁତା ଚିଲଡ୍ରେନ ହୋମ୍ ର ପ୍ରତିଷ୍ଠାତା ଡ. ଆଦିତ୍ୟ କୁମାର ମହାନ୍ତି ଯୋଗ ଦେଇଥିଲେ ।
ଉଭୟ ବକ୍ତା ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରି କହିଥିଲେ ଯେ ସହାନୁଭୂତି, ମାନବ ସମାଜରେ ପରସ୍ପର ସହ ଜଡ଼ିତ ରହିବାର ଚାବିକାଠି, ଅନ୍ୟର ଯନ୍ତ୍ରଣାକୁ ନିଜର ବୋଲି ଅନୁଭବ କରିବା, ଅନ୍ୟର ଅନୁଭୂତି, ବିଶେଷକରି ଦୁଃଖ ଯନ୍ତ୍ରଣା ଏବଂ ଦରିଦ୍ରତା ର ଅନୁଭୂତିକୁ ବୁଝିବାରେ ସକ୍ଷମ ହେବା । ପ୍ରାରମ୍ଭରେ ବିଓଏସ୍ ଓଡ଼ିଶା ଅଞ୍ଚଳର ସଭାପତି ତ ଦୀପା ପାଢୀ ସମ୍ମିଳନୀ ଆୟୋଜନ କରିବା ପରେ ସର୍ବଭାରତୀୟ ପ୍ରାର୍ଥନା ଦୀପ ପ୍ରଜ୍ଵଳନ ଓ ସ୍ବାଗତ ଭାଷଣ ଦେଇଥିଲେ । ଏହାପରେ ବିଭିନ୍ନ ଟିଓଏସ୍ ଗ୍ରୁପ୍ ସଦସ୍ୟ ଶୁଭେଚ୍ଛା ପାଠ କରିବା ପରେ ଭାରତର ଟି.ଏସ୍ ର ବିଶିଷ୍ଟ ବ୍ୟକ୍ତିମାନେ ଦେଇଥିବା ବାର୍ତ୍ତା ପାଠ ହୋଇଥିଲା । ଏହାପରେ ଟିଓଏସ ଓଡ଼ିଶା ଅଞ୍ଚଳର କାର୍ଯ୍ୟକଳାପ ରିପୋର୍ଟ ଆଞ୍ଚଳିକ ସଚିବ ଡ. କେ. ପି. ପାଢ଼ୀ ଉପସ୍ଥାପନ କରିଥିଲେ ।


ଏହାପରେ ବିଭିନ୍ନ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଥିବା ବାଳିକାମାନଙ୍କୁ ପାଠ୍ୟକ୍ରମ ସମାପନ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଏହି ବିଷୟବସ୍ତୁ ଉପରେ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ । ପଦ୍ମଶ୍ରୀ ସୋସାଇଟିର ପ୍ରତିଷ୍ଠାତା ତଥା ଜଟଣୀସ୍ଥିତ ଆଶା କିରଣ ହୋମ୍ (ଭିନ୍ନକ୍ଷମ ଦୁଃଖୀ ଓ ବାସହୀନ ଲୋକ, ବିଶେଷ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳୀ)ର ପରାମର୍ଶଦାତା ଶ୍ରୀ ହୋଚିମିନ୍ ଶାସ୍ତ୍ରୀଙ୍କୁ ସମ୍ମାନଜନକ ‘ବେସାନ୍ତ ନିଃସ୍ବାର୍ଥପର ସେବା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସମ୍ମିଳନୀ ଶେଷ ଘୋଷଣା ହେଲା ଏବଂ ଟିଓଏସ୍ ଓଡ଼ିଶା ଅଞ୍ଚଳର ଉପସଭାପତି ଭଉଣୀ ରାଜଲକ୍ଷ୍ମୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ