Wed. Oct 14th, 2026

ସୋମବାର ନୀଳାଦ୍ରିବିହାର ସ୍ଥିତ ପଣ୍ଡାପାର୍କ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ବର୍ଣ୍ଣବୋଧ ପାଠଶାଳା ପିଲାଙ୍କ ଗହଣରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ମହାନ୍ ଜନନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଲେଙ୍କା ପିଲାମାନଙ୍କୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଦେଶ ପାଇଁ ତ୍ୟାଗ ଓ ବଳିଦାନ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଗାନ୍ଧୀଙ୍କର ସ୍ବଚ୍ଛତା ମନ୍ତ୍ରର ମହତ୍ତ୍ଵ ସଂପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ସ୍ବଚ୍ଛ ଭାରତ ଓ ସୁସ୍ଥ ଭାରତ ଉପରେ ସଚେତନ କରିବା ସଙ୍ଗେସଙ୍ଗେ ଆମେ କିପରି ସ୍ବଚ୍ଛ ଓ ସୁସ୍ଥ ରହିପାରିବା ସେ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଗୁରୁମା ପ୍ରତିଭା ମହାନ୍ତି ପିଲାମାନଙ୍କର ନୈତିକ ଓ ବୌଦ୍ଧିକ ବିକାଶ କରିବା ପାଇଁ ଶତତ ଚେଷ୍ଟା କରିବି ବୋଲି କହିଥିଲେ। ପିଲାମାନଙ୍କ ମଧ୍ୟରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଯଶୋଦା ମାଆ ପିଲାମାନଙ୍କୁ ଖାତା, ପେନ୍ ଓ ପେନସିଲ୍ ବଣ୍ଟନ କରିବା ସଙ୍ଗେସଙ୍ଗେ ବିସ୍କୁଟ ବଣ୍ଟନ କରିଥିଲେ। ଶ୍ରୀ ପ୍ରଫୁଲ୍ଲ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ‌।

Leave a Reply

Your email address will not be published. Required fields are marked *