ନବଜ୍ୟୋତି ବିଜ୍ଞାନ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ +୨ ୧ମ ବାର୍ଷିକ ନବାଗତଙ୍କୁ ସ୍ୱାଗତ ଅଭିନନ୍ଦନ

ଭୁବନେଶ୍ୱର : ୧୩/୯ ଆଜି ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର ଶିଶୁପାଳଗଡ ସ୍ଥିତ ଉକ୍ତ ଅନୁଷ୍ଠାନରେ ଅନୁଷ୍ଠାନର ସଂପାଦକ ଶିକ୍ଷାବିତ୍ ଶ୍ରୀକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ୧୪ଦଶ ବାର୍ଷିକ ସ୍ୱାଗତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ନିର୍ବାଚନ ଆୟୋଗର ପ୍ରମୁଖ ଉପଦେଷ୍ଠା ତଥା ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ପୂର୍ବତନ ନିର୍ଦ୍ଦେଶକ ଓ ସଂପ୍ରତି ଜାତିସଂଘର ଦକ୍ଷିଣ ପୂର୍ବ ଦେଶୀୟ ଉପଦେଷ୍ଠା ଡଃ ଭଗବାନ ପ୍ରକାଶଙ୍କ ଭଳି ଉତୁଙ୍ଗ ବ୍ୟକ୍ତିତ୍ୱ ତଥା ଓଡିଶାର ଲବ୍ଧପ୍ରତିଷ୍ଠ ସମାଜସେବିକା ଶ୍ରୀମତୀ ନିବେଦିତା ଲେଙ୍କା ମ୍ୟାଡାମ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନନୀୟା ଅତିଥି ଭାବରେ ଯୋଗ ଦେଇ ଛାତ୍ରସମାଜକୁ ଉଚ୍ଚକୋଟୀର ଉପଦେଶ ତଥା ପରାମର୍ଶ ପ୍ରଦାନ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଇଂ ଶାନ୍ତନୁ ମହାପାତ୍ର ତଥା ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ମହଲା ତଥା ଅନ୍ୟ ସମସ୍ତ ମଞ୍ଚାସୀନ ଅତିଥିମାନଙ୍କ ଓଜ୍ୱସ୍ୱିନୀ ବକ୍ତବ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉଦ୍‌ବୁଧ କରିଥିଲା । ଅନୁଷ୍ଠାନର ବରିଷ୍ଠ ଇଂରାଜୀ ଅଧ୍ୟାପକଙ୍କ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ଦାସଙ୍କ ତତ୍ୱାବଧାନ ତଥା ଅନ୍ୟ କର୍ମଚାରିମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ତିନି ଘଣ୍ଟା ଧରି ଏ ଅଭିନନ୍ଦନ ଉତ୍ସବ ଉପଭୋଗ୍ୟ ଥିଲା । ଅନୁଷ୍ଠାନରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ କୃତୀ ଅଂଶଗ୍ରହଣ କାରି ମାନଙ୍କୁ ସଂବର୍ଦ୍ଦିତ କରାଯିବା ସହ ଅନୁଷ୍ଠାନର ଗତବର୍ଷ ତଥା ଚଳିତ ବର୍ଷର ବିଭିନ୍ନ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରାଯିବାପରେ ବାର୍ଷିକ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।

You May Also Like

More From Author

+ There are no comments

Add yours