Wed. Oct 14th, 2026

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମହୁଲେ ଗାଁ ର ଏକ ଜଙ୍ଗଲ ରୁ ଅବକାରୀ ବିଭାଗ ବେଆଇନ ଦେଶୀ ମଦ ରନ୍ଧା ସ୍ଥାନରେ ରେଡ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ଚାରି ଜଣ ହେଲେ ମହୁଲେ ଗାଁ ର ବାବୁଲା ନନ୍ଦ,ଭାଗ୍ୟ ନନ୍ଦ ,ପେରମା ବାଗ ଓ ସାବିତ୍ରୀ ମହାନନ୍ଦ ବୋଲି ଜଣା ପଡିଛି । ସେମାନେ ବହୁ ଦିନରୁ ଏହି ଜଙ୍ଗଲ ରେ ଦେଶୀ ମଦ ରାନ୍ଧି ବେପାର କରୁଥିଲେ । ସେମାନଙ୍କ ଠାରୁ ପାଖାପାଖି ୨୦୦ ଲିଟର ଦେଶୀ ମଦ ଓ ଏହି ମଦ ରନ୍ଧାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *