କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ ଆଜିଠୁ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ ଆଜିଠୁ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ବାହାରିଥିଲା ବିଜ୍ଞପ୍ତି । ଓସେପା ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁ ଓସେପା ଡଟ୍ ଓଡ଼ିଶା ଡଟ୍ ଗଭ୍ ଡଟ୍ ଇନରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅନଲାଇନରେ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଶିକ୍ଷକ ଚୟନ କରାଯିବ ।

You May Also Like

More From Author

+ There are no comments

Add yours