କୋରାପୁଟ ଓ ମାଲକାନଗିରିରେ ଲଗାଣ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: କୋରାପୁଟ ଓ ମାଲକାନଗିରିରେ ଲଗାଣ ବର୍ଷା ଜାରି ରହିଛି । କାଲିମେଳା ଅଞ୍ଚଳର ୩୨୬ ଜାତୀୟ ରାଜପଥ ଏମଭି-୯୦ ଓ ଏମଭି-୯୬ ପୋଲ ଉପରେ ବନ୍ୟା ପାଣି ଚାଲୁଥିବାରୁ ମାଲକାନଗିରିରୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯାତାୟତ ଠପ୍ ହୋଇଯାଇଛି । ମୁଖ୍ୟ ରାସ୍ତାରେ ଅନେକ ଯାନବାହନ ଫସି ରହିଛି ତେଲେଙ୍ଗାନା ରାଜ୍ୟର ଆମ୍ବୁଲାନ୍ସ ବି ଅଟକିଛି ।
କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ଡି.ଡ୍ୟାମରେ ଜଳସ୍ତର ବିପଦ ସଙ୍କତ ଛୁଇଁଛି । ଜଳସ୍ତର ବଢିଲେ ଗେଟ ଖୋଲାଯିବ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

You May Also Like

More From Author

+ There are no comments

Add yours