ନେତାଜୀ ବସ୍‌ ଟର୍ମିନାଲକୁ ନେଇ ବିବାଦ

ଶବ୍ଦ ଓଡିଶା ବ୍ୟୁରୋ: କଟକର ନେତାଜୀ ବସ୍‌ ଟର୍ମିନାଲକୁ ଆସନ୍ତା ୧୬ ତାରିଖରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନ ପୂର୍ବରୁ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଏହି ନବନିର୍ମିତ ଅତ୍ୟାଧୁନିକ ଟର୍ମିନାଲ। ଜୋର ଧରିଛି ବିରୋଧର ସ୍ୱର । ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା। ଦାବି ହେଉଛି, ବସ୍ ଟର୍ମିନାଲର ବିଭିନ୍ନ ବିଭାଗରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅ ।

ସିଡିଏ ପକ୍ଷରୁ ଦିଲ୍ଲୀର ଏକ ଠିକା ସଂସ୍ଥା ଭାରତ ବିକାଶ ଗ୍ରୁପକୁ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ଟର୍ମିନାଲର ଅନେକ ବିଭାଗରେ ନିଯୁକ୍ତ ଦେଇ ସାରିଲାଣି। କିନ୍ତୁ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

You May Also Like

More From Author

+ There are no comments

Add yours