ରାଜ୍ୟରେ ପଛକୁ ପଛ ଦୁଇଟି ଲଘୁଚାପ 

ଶବ୍ଦ ଓଡିଶା ବ୍ୟୁରୋ: ୧୦ ଦିନ ମଧ୍ୟରେ ଦୁଇ ଲଘୁଚାପ । ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଆଡ଼କୁ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ।

ପ୍ରଭାବରେ ମଙ୍ଗଳବାରରୁ ଗୁରୁବାର ଯାଏ ରାଜ୍ୟରେ ପ୍ରବଳ ବର୍ଷିବ ବୋଲି ଆକଳନ ହୋଇଛି । ସେହିପରି ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବରର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟାର ଲଘୁଚାପ ସୃଷ୍ଟି ହୋଇପାରେ । ଫଳରେ ସାରା ରାଜ୍ୟରେ ବର୍ଷା ହେବ ।

You May Also Like

More From Author

+ There are no comments

Add yours