ଶବ୍ଦ ଓଡିଶା ବ୍ୟୁରୋ : ରାଜନଗର ଅଞ୍ଚଳରେ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି। ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି କୁମ୍ଭୀର। ସଂପୃକ୍ତ ବ୍ୟକ୍ତିଙ୍କୁ ବି ନଈରୁ ଏଯାଏ ଉଦ୍ଧାର କରାଯାଇ ପାରିନାହିଁ। ଗଲା ଅଢେଇ ମାସ ଭିତରେ କୁମ୍ଭୀର ମୁହଁରେ ୫ ଜଣଙ୍କ ପ୍ରାଣ ଗଲାଣି।
