Wed. Oct 14th, 2026
ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଯଶୋଦା ମା ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ସହ କୁନି କୁନି ଛାତ୍ରୀ ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଛନ୍ତି ‌। ଯଶୋଦା ମାଆ ଫାଉଣ୍ଡେସନର କୁନିକୁନି ପିଲାମାନଙ୍କୁ ନେଇ ରାଜଭବନ ପରିସରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ବର୍ଣ୍ଣବୋଧ ପାଠଶାଳାର ଛଅ ଜଣ କୁନିକୁନି ପିଲାଙ୍କୁ ଶ୍ରୀମତୀ ଲେଙ୍କା ଓ ଗୁରୁମା ସ୍ବର୍ଣ୍ଣ ମଞ୍ଜରୀ ବେହେରା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନେଇ ରାଜଭବନ ନିକଟରେ ପହଞ୍ଚିଥିଲେ। ମହାମହିମ ରାଜ୍ୟପାଳଙ୍କୁ ପାଖରେ ପାଇ କୁନିକୁନି ପିଲାମାନେ ଖୁସିରେ ଆତ୍ମହରା ହୋଇଯାଇଥିଲେ। ରାଜଭବନ ତରଫରୁ ମଧ୍ୟ ପିଲାମାନଙ୍କୁ ଚକଲେଟ୍ , ପେନ୍ ଇତ୍ୟାଦି ଉପହାର ଦେଇ ଆପ୍ୟାୟିତ କରାଯାଇଥିଲା। ପରିଶେଷରେ ପିଲାମାନେ ଖୁସି ମନରେ ନିଜ ନିଜ ଘରକୁ ଫେରିଥିଲେ ଏବଂ ଯଶୋଦା ମାଆ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *