ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲେ ବର୍ଣ୍ଣବୋଧ ପାଠଶାଳାର ଛାତ୍ରୀ

ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଯଶୋଦା ମା ଫାଉଣ୍ଡେସନର ପ୍ରମୁଖ ସଦସ୍ୟ ଶ୍ରୀମତୀ ନିବେଦିତା ଲେଙ୍କାଙ୍କ ସହ କୁନି କୁନି ଛାତ୍ରୀ ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଛନ୍ତି ‌। ଯଶୋଦା ମାଆ ଫାଉଣ୍ଡେସନର କୁନିକୁନି ପିଲାମାନଙ୍କୁ ନେଇ ରାଜଭବନ ପରିସରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ବର୍ଣ୍ଣବୋଧ ପାଠଶାଳାର ଛଅ ଜଣ କୁନିକୁନି ପିଲାଙ୍କୁ ଶ୍ରୀମତୀ ଲେଙ୍କା ଓ ଗୁରୁମା ସ୍ବର୍ଣ୍ଣ ମଞ୍ଜରୀ ବେହେରା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନେଇ ରାଜଭବନ ନିକଟରେ ପହଞ୍ଚିଥିଲେ। ମହାମହିମ ରାଜ୍ୟପାଳଙ୍କୁ ପାଖରେ ପାଇ କୁନିକୁନି ପିଲାମାନେ ଖୁସିରେ ଆତ୍ମହରା ହୋଇଯାଇଥିଲେ। ରାଜଭବନ ତରଫରୁ ମଧ୍ୟ ପିଲାମାନଙ୍କୁ ଚକଲେଟ୍ , ପେନ୍ ଇତ୍ୟାଦି ଉପହାର ଦେଇ ଆପ୍ୟାୟିତ କରାଯାଇଥିଲା। ପରିଶେଷରେ ପିଲାମାନେ ଖୁସି ମନରେ ନିଜ ନିଜ ଘରକୁ ଫେରିଥିଲେ ଏବଂ ଯଶୋଦା ମାଆ ଫାଉଣ୍ଡେସନର ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ।

You May Also Like

More From Author

+ There are no comments

Add yours