ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ନୀରଜ ଜିତିଲେ ସ୍ୱର୍ଣ୍ଣ ପଦ

ଶବ୍ଦ ଓଡିଶା ବ୍ୟୁରୋ : ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ।

ବୁଦାଫେଷ୍ଟରେ ରବିବାର ଅନୁଷ୍ଠିତ ବିଶ୍ୱ ଆଥଲେଟ ଚମ୍ପିୟନସିପରେ ପୁରୁଷ ଜାଭଲିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଦ୍ୱିତୀୟ ପ୍ରୟାସରେ ୮୮ ଦଶମିକ ୧୭ ମିଟର ଜାଭଲିନ ଫିଙ୍ଗି ଏହି ସଫଳତା ଅଜର୍ନ କରିଛନ୍ତି ନୀରଜ । ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଅର୍ଶନ ନଦୀବ ଋତୁର ୮୭ ଦଶମିକ ୬୭ ମିଟିର ଜାଭଲିନ ଫୋପାଡି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚେକ୍ ରିପବ୍ଲିକର ଜାକବ ଜାଦଲେଜକ ୮୬ ଦଶମିକ ୬୭ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

You May Also Like

More From Author

+ There are no comments

Add yours