
ବିଭାଗର କାର୍ଯ୍ୟଧାରା ଦ୍ବାରା ଓଡିଶାରେ ପ୍ରଶାସନ ଲୋକାଭିମୁଖୀ ହେବା ସହ ବିଭାଗ ଗ୍ରାମିଣ ଭିତ୍ତିଭୂମୀ ମଜଭୁତ କରିବାରେ ସହାୟକ ହୋଇ ପାରିଛି ବୋଲି ଶ୍ରୀ ସିଂହ ଝାଡଖଣ୍ଡ ସଚିବଙ୍କୁ କହିଥିଲେ। ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ଆଦି ବିଭାଗର ପ୍ରମୁଖ କାର୍ଯ୍ୟ ଥିବାବେଳେ ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଝାଡଖଣ୍ଡ ସଚିବଙ୍କୁ ଅବଗତ କରାଇଥିଲେ।
ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ଓଡିଶା ଗ୍ରାମ ଉନ୍ନୟନ ବିଭାଗ ନିଜର ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ବଜେଟର ଅନୁଦାନ ଏବଂ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ବିଷୟରେ ଶ୍ରୀ ଅଜୟ ସିଂହକୁ ସୂଚନା ଦିଆ ଯାଇଥିଲା। ଆଗାମୀ ୫ ବର୍ଷ ପାଇଁ ବିଭାଗ ତରଫରୁ ହାତକୁ ନେଇଥିବା ପ୍ରକଳ୍ପ ଏବଂ ଲକ୍ଷ ହାସଲ ଦିଗରେ ନିଆ ଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରା ଯାଇଥିଲା।
ଝାଡଖଣ୍ଡ ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ କେତେ ଗୁଡିଏ ନିର୍ଦ୍ଦିଷ୍ଟ ବିଷୟରେ ପଚାରି ବୁଝିଥିଲେ। ନୂଆ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଦର୍ଶନ କରା ଯାଇଥିଲା। ଆସନ୍ତା ୧୯ ତାରିଖରେ ଝାଡଖଣ୍ଡ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଓଡିଶା ଟିମ ସହିତ କ୍ଷେତ୍ର ପରିଦର୍ଶନରେ ଯିବେ।