ରାୟଗଡା: ରାୟଗଡା ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଗତ ୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ୪ର୍ଥ ତମ ଜିଲ୍ଲା ସ୍ତରୀୟ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ – ୨୦୨୩ ଆଜି ଉଦଯାପିତ ହୋଇଯାଇଛି ।ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଜେକେ କାଗଜ କଳର ଲୋକ ସମ୍ପର୍କ ଓ ସିଏସଆର ବିଭାଗ ପ୍ରବନ୍ଧକ ମିଲନ ଲେଙ୍କା, ଉତ୍କଳ ଆଲୁମିନାର ଏଚଆର ବିଭାଗ ପ୍ରବନ୍ଧକ ଶଶାଙ୍କ ହରଲାଲକା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ଦିବସର ଫାଇନାଲ ମ୍ୟାଚରେ ୭ ଟି ବର୍ଗରେ ସିଙ୍ଗଲ ଓ ୫ ଟି ବର୍ଗରେ ଡବଲସ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କୃତି ଓ ରନର୍ସ ପ୍ରତିଯୋଗୀଙ୍କୁ ଅତିଥି ମାନେ ସାର୍ଟିଫିକେଟ ସହ ଟ୍ରଫି ପୁରସ୍କାର ବିତରଣ କରିଥିଲେ | ରାୟଗଡା ବ୍ୟାଡମିଣ୍ଟନ ଆସୋସିଏସନ ତରଫରୁ ପୂର୍ବରୁ ତିନୋଟି ଏଭଳି ଚାମ୍ପିୟନସିପ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିବା ବେଳେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ଚମ୍ପିୟାନସିପ ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ବ୍ଲକରୁ ୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଶହେରୁ ଉର୍ଦ୍ଧ ବ୍ୟାଡମିଣ୍ଟନ ଖେଳାଳିମାନେ ଅଂଶଗ୍ରହଣ କରିଥିଲେ | ବିଶେଷ କରି ଏହି ଚମ୍ପିୟାନସିପରେ ୧୩, ୧୫, ୧୭ ଓ ୧୯ ବର୍ଷ ବୟସ ଭିତରେ ଥିବା ଓ ମାଷ୍ଟର ସିଙ୍ଗଲ ଓ ଡବଲସ ଭଳି ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା ।ଏଥିରେ କୃତି ପ୍ରତିଯୋଗୀମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚାମ୍ପିୟନସିପରେ ଭାଗ ନେବେ ବୋଲି ଆସୋସିଏସନ ସମ୍ପାଦକ ସୁରେଶ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଆଜି ଫାଇନାଲ ମ୍ୟାଚରେ ମୁଖ୍ୟ ରେଫରି ଭାବେ ଭୈରବ ଜୈନ, ରେଫ୍ରି ଭାବେ ସୁମିତ କୁମାର ପଣ୍ଡା ଉପସ୍ଥିତ ରହିଥିବା ବେଳେ ଆସୋସିଏସନ ଉପଦେଷ୍ଟା ଏଚ. ଏସ. ପାଣ୍ଡ୍ୟାଙ୍କ ତତ୍ୱାବଧାନରେ ସଭ୍ୟ ଲୁଲୁ ପାଢ଼ୀ, ଧର୍ମା ଏବଂ ଅନ୍ୟମାନେ ଚମ୍ପିୟାନସିପ ପରିଚାଳନାରେ ସହଯୋଗ କରିଥିବା ବେଳେ ଏହି ଚମ୍ପିୟାନସିପ ପ୍ରତିଯୋଗିତାକୁ ଆସୋସିଏସନର ସଭାପତି ଏନ. ନାରାୟଣ ରାଓ ଗତ ୧୮ ତାରିଖ ଦିନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ନାଟକ ମଞ୍ଚସ୍ଥ ହେବ
January 13, 2024
୧୯ ପଞ୍ଚାୟତର ସମସ୍ୟା ନେଇ ଗୁଣପୁର ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ
January 10, 2024
ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା
November 12, 2023
+ There are no comments
Add yours