ଆଜିଠୁ ୧୪ ତାରିଖ ମଧ୍ୟରେ ୧୩ ଟ୍ରେନ ବାତିଲ, ଜାଣନ୍ତୁ କାହିଁକି…

ଶବ୍ଦ ଓଡିଶା ବ୍ୟୁରୋ: କଟକ-ପାରାଦୀପ ରେଳ ସେକ୍ସନରେ କଟକ ଏବଂ କନ୍ଦରପୁର ରେଳଷ୍ଟେସନ ମଧ୍ୟରେ ଅଟୋ-ସିଗନାଲ୍ କାମ ହେଉଛି । ଆଜିଠୁ ୧୪ ତାରିଖ ଯାଏ ବାତିଲ ହୋଇଛି ୧୩ ଟ୍ରେନ । ଅଟୋ-ସିଗନାଲିଙ୍ଗର ଆଧୁନିକୀକରଣ କାର୍ଯ୍ୟ ଟ୍ରେନ ଚଳାଚଳର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ । ଏବେ ଟ୍ରାକ୍ ବ୍ୟବହାର କରି ସମାନ ମାର୍ଗରେ ଅଧିକ ଟ୍ରେନ୍ ଚଳାଯାଇପାରିବ ।

ତିନି ଦିନ ଭୁବନେଶ୍ୱର-କଟକ-ନର୍ଗୁଣ୍ଡି ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ । ବାତିଲ ହୋଇଥିବା ଟ୍ରେନ ତାଲିକାରେ ତାଲିକାରେ ରହିଛି ଜନଶତାବ୍ଦୀ ଟ୍ରେନ ସମେତ ପାସେଞ୍ଜର ଟ୍ରେନ । ବାକି ଟ୍ରେନ ନରାଜ ମାର୍ଥାପୁର ହୋଇ ଗଡିବ ।

You May Also Like

More From Author

+ There are no comments

Add yours