Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭାରେ ପାସ ହୋଇଛି ଦିଲ୍ଲୀ ସେବା ବିଲ। ସୋମବାର ଗୃହରେ ଏ ନେଇ ଆଲୋଚନା ହୋଇଥିଲା । ବିଲ ସପକ୍ଷରେ ୧୩୧ ଭୋଟ ପଡିଥିବାବେଳେ ବିରୋଧରେ ୧୦୨ ଭୋଟ୍ ପଡିଥିଲା । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହି ବିଲ୍ ଆଇନରେ ପରିଣତ ହେବ ।

ବୈଷୟିକ ତ୍ରୁଟି ଯୋଗୁଁ କାଗଜରେ ସାଂସଦମାନେ ଭୋଟଦେଇଥିଲେ । ବିଜେଡି ବିଲ୍ ସପକ୍ଷରେ ଭୋଟ ଦେଇଛି । ଏହି ବିଲ୍ ପାସ ହେବା ପରେ ବିରୋଧୀ ଇଣ୍ଡିଆ ମେଣ୍ଟର ସବୁ ରଣନୀତି ଫେଲ ମାରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଅସୁସ୍ଥତା ସତ୍ୱେ ଭୋଟଦେବାକୁ ରାଜ୍ୟସଭାକୁ ଆସିଥିଲେ।

Leave a Reply

Your email address will not be published. Required fields are marked *